ଯାଜପୁର: ପାଣିକୋଇଲି ପୋଲିସକୁ ସଫଳତା । ପାଣିକୋଇଲି ଛକ ନିକଟ ଏକ ହୋଟେଲରୁ ସେକ୍ସ୍ ରାକେଟକୁ((Sex racket busted in Jajpur ) ଧରିବାରେ ସଫଳ ହୋଇଛି ପୋଲିସ । ସେଠାରୁ ଜଣେ ଜଣେ ରୂପଜୀବୀକୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଏହାସହ ସମ୍ପୃକ୍ତ ହୋଟେଲକୁ ସିଲ୍ କରିଛି ପୋଲିସ । ସୂଚନା ମୁତାବକ ପାଣିକୋଇଲି ଛକ ନିକଟ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ଘରୋଇ ହୋଟେଲରେ ଦେହ ବ୍ୟବସାୟ ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଏହାପରେ ପୋଲିସ ଏହି ହୋଟେଲରେ ଚଢ଼ଉ କରି ଜଣେ ରୂପଜୀବୀକୁ ଉଦ୍ଧାର କରିବାସହ ୪ଜଣ ଗ୍ରାହକଙ୍କୁ କାବୁ କରି ଥାନାକୁ ନେଇଥିଲା ।
ପରେ ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜର ସମେତ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପାଣିକୋଇଲି ପୋଲିସ । ଗୁରୁବାର ମଧ୍ୟାହ୍ନରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଏହି ହୋଟେଲକୁ ମଧ୍ୟ ପୋଲିସ ସିଲ୍ କରିଛି । ଅନ୍ୟପକ୍ଷରେ ହୋଟେଲ ଭିତରୁ ଟଙ୍କା, ଦୁଇଟି ମୋବାଇଲ ଓ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।