ଯାଜପୁର: ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଗଣା, ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହୀ ଟୁରିଷ୍ଟ ବସ୍, ୧୯ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨ଜଣ ଗୁରୁତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ । ବସରେ ପ୍ରାୟ ୮୦ଜଣ ଯାତ୍ରୀ ଥିବାବେଳେ ସମସ୍ତେ ଉତ୍ତରପ୍ରଦେଶରେ, ପୁରୀରେ ଜଗନ୍ନାଥ ଦର୍ଶନ ସାରୀ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା ।
ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ସାହାରା ନାମକ ଏକ ଘରୋଇବସ ସେଠାରୁ ୮୦ ଜଣ ଯାତ୍ରୀକୁ ନେଇ ପୁରୀ ଆସିଥିଲେ, ସେଠାରେ ଜଗନ୍ନାଥ ମନ୍ଦିର ଦର୍ଶନ ପରେ ଫେରୁଥିବା ବେଳେ ହଠାତ ସାହାପୁର ନିକଟରେ କୌଣସି ଏକ କାରଣରୁ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ବସ ଭିତରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ ୧୪ଜଣ ପୁରୁଷ ଓ ୫ଜଣ ମହିଳା ଆହତ ହୋଇଥିଲେ । ଏହା ପରେ ଆହତଙ୍କୁ ଏଏନଏଚଆଇ ଆମ୍ବୁଲାନ୍ସ ଭ୍ୟାନ ଓ ପାଣିକୋଇଲି ପାଟ୍ରୋଲିଂ ଭ୍ୟାନ ଯୋଗେ ଯାଜପୁର ରୋଡ୍ ମେଡିକାଲକୁ ପଠାଯାଇଥିଲେ । ଆହତଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଗୁରୁତର ଥିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।