ଯାଜପୁର:ଆଜି ପବିତ୍ର ମକର ସଂକ୍ରାନ୍ତି । ଗାଁଠୁ ସହର ଚଳଚଞ୍ଚଳ ହୋଇପଡିଛି । ସଂକ୍ରାନ୍ତି ପାଇଁ ମନ୍ଦିରଗୁଡିକରେ ଲୋକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । କୋରୋନା କାଳରେ ଜନ ସମାଗମକୁ ଆଖିରେ ରଖି ଯାଜପୁର ଜିଲ୍ଲା ବିଂଝାରପୁର ଅରେଇର ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ପୀଠରେ ପ୍ରଶାସନ ପକ୍ଷରୁ 144ଧାରା ଜାରି ରହିଛି।
ଚଳିତ ବର୍ଷ କୋରୋନାରେ ସବୁ ପର୍ବ ଫିକା ଫିକାରେ ପାଳିତ ହୋଇଛି । କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏ ବର୍ଷ କୋରୋନା ପାଇଁ ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ପୀଠରେ 144ଧାରା ଲଗାଯାଇଛି । ଫଳରେ ଭକ୍ତ ବାବାଙ୍କୁ ଦର୍ଶନ କରି ନପାରି ନିରାଶ ହୋଇଛନ୍ତି । କେବଳ ରାସ୍ତା ଉପରୁ ବାବାଙ୍କୁ ମୁଣ୍ଡିଆ ମାରିଛନ୍ତି ।