ଓଡିଶା

odisha

ETV Bharat / state

କୋରୋନା ମୁକାବିଲା ପାଇଁ ଯାଜପୁରରେ 144 ଧାରା ଲାଗୁ

କୋରୋନା ମୁକାବିଲା ପାଇଁ ତତ୍ପର ଯାଜପୁର ଜିଲ୍ଲାପ୍ରଶାସନ । ଜିଲ୍ଲାପ୍ରଶାସନ ପକ୍ଷରୁ ସୋମବାର ସମଗ୍ର ଜିଲ୍ଲାରେ 144 ଧାରା ଜାରି କରାଯାଇଛି । ଅଧିକ ପଢନ୍ତୁ...

By

Published : Mar 16, 2020, 4:32 PM IST

Section 144 applies in Jajpur to deal with corona
କୋରୋନା ମୁକାବିଲା ପାଇଁ ଯାଜପୁରରେ 144 ଧାରା ଲାଗୁ

ଯାଜପୁର: କୋରୋନା ମୁକାବିଲା ପାଇଁ ତତ୍ପର ଯାଜପୁର ଜିଲ୍ଲାପ୍ରଶାସନ । ସୋମବାର ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ 144 ଧାରା ଜାରି କରାଯାଇଛି । କୌଣସି ସ୍ଥାନରେ 5ରୁ ଅଧିକ ଲୋକ ଛିଡା ନ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

କୋରୋନା ମୁକାବିଲା ପାଇଁ ଯାଜପୁରରେ 144 ଧାରା ଲାଗୁ

ଏହା ସହିତ ଜିଲ୍ଲାର ବିଭିନ୍ନ ଦୋକାନ ବଜାର ଓ ସପିଂ ମଲ୍‌ ଠାରୁ ଆରମ୍ଭ କରି ସିନେମା ହଲ୍ ଓ ସ୍କୁଲ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯିବା ସହିତ କୌଣସି କର୍ମଚାରୀ ବା ଅଧିକାରୀ ଛୁଟିରେ ନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯିବା ସହ ମାଇକ୍ ପ୍ରଚାର ଦ୍ବାରା ଲୋକମାନଙ୍କୁ କୋରୋନା ଭୂତାଣୁ ପାଇଁ ସଚେତନ ଓ ସତର୍କ କରାଯାଉଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details