ଓଡିଶା

odisha

ETV Bharat / state

ମା’ ବିରଜାଙ୍କ ମନ୍ଦିର ଖୋଲିବାକୁ ସେବାୟତଙ୍କ ଅନୁରୋଧ

କୋରୋନା ପାଇଁ ଦୀର୍ଘ ସାତମାସ ହେବ ରାଜ୍ୟରେ ବନ୍ଦ ରହିଛି ସମସ୍ତ ଧର୍ମାନୁଷ୍ଠାନ । ତେବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରାଜଙ୍କ ମନ୍ଦିର ଶିଘ୍ର ଖୋଲିବାକୁ ସେବାୟତମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

By

Published : Nov 4, 2020, 2:12 PM IST

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିବାକୁ ସେବାୟତଙ୍କ ଅନୁରୋଧ
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିବାକୁ ସେବାୟତଙ୍କ ଅନୁରୋଧ

ଯାଜପୁର: କୋରୋନା ଦେଶକୁ ଅକ୍ତିଆର କରିବା ଦିନଠୁ ରାଜ୍ୟର ସବୁ ଧର୍ମାନୁଷ୍ଠାନଗୁଡିକୁ ବନ୍ଦ କରାଯାଇଛି । ଫଳରେ ମନ୍ଦିର ସେବାୟତ ମାନେ ବହୁ ଦୁଃଖରେ ଜୀବନ ଯାପନ କରି ଆସୁଛନ୍ତି । ତେବେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରାଜଙ୍କ ମନ୍ଦିର ଶିଘ୍ର ଖୋଲିବାକୁ ସେବାୟତମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ଖୋଲିବାକୁ ସେବାୟତଙ୍କ ଅନୁରୋଧ

ପ୍ରାୟ ସାତ ମାସ ହେବ ବନ୍ଦ ରହିଛି ଯାଜପୁରର ଦେବୀ ମା ବିରଜାଙ୍କ ମନ୍ଦିର । ମନ୍ଦିର ବନ୍ଦ ହେବା ଫଳରେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି । ନିକଟରେ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଇଛନ୍ତି । ଫଳରେ ଜିଲ୍ଲାପାଳଙ୍କୁ ଭେଟି ନିଜର ଅସୁବିଧା ବିଷୟରେ ଅବଗତ କରିଛନ୍ତି ସେବାୟତ ।

ସେମାନଙ୍କ ଅଭାବ ଅସୁବିଧା ସଂପର୍କରେ ବୁଝି ଯେତେ ଶିଘ୍ର ସମ୍ଭବ ବିରଜା ମନ୍ଦିର ଖୋଲିବାକୁ ଜିଲ୍ଲାପାଳଙ୍କୁ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଅନୁରୋଧ ହୋଇଛି । ଏ ନେଇ ଜିଲ୍ଲାପାଳ ଅବଗତ ହେବା ପରେ ଖୁବ ଶୀଘ୍ର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details