ଓଡିଶା

odisha

ETV Bharat / state

ରାସ୍ତା ସମସ୍ୟା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଦାବିପତ୍ର - School students letter to chief minister

କୋରେଇ ବ୍ଳକ ଜନକଣା ଗାଁର ମୁଖ୍ୟ ରାସ୍ତା ସମସ୍ୟା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ସ୍କୁଲ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

School students letter to chief minister for solving of road problem issue in korai
ରାସ୍ତା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ସ୍କୁଲ ଛାତ୍ରଛାତ୍ରୀ

By

Published : Sep 21, 2021, 5:36 PM IST

ଯାଜପୁର: ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ଯାତାୟତ ବାଧାପ୍ରାପ୍ତ । ଯାଜପୁର ଜିଲ୍ଲା କୋରେଇ ବ୍ଳକ ଜନକଣା ଗାଁର ମୁଖ୍ୟ ରାସ୍ତା ସମସ୍ୟା ସମାଧାନ ଦାବିରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

ରାସ୍ତା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ସ୍କୁଲ ଛାତ୍ରଛାତ୍ରୀ

ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଜନକଣା ଗାଁରେ ଦେଖାଦେଇଛି ରାସ୍ତା ସମସ୍ୟା। ଆଉ ଏହା ହେଉଛି ତାର ବାସ୍ତବ ଚିତ୍ର। ଏ ଚିତ୍ର ହେଉଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅଧିନସ୍ଥ ଜନକଣା ଗ୍ରାମର। ଏହି ଗ୍ରାମର ମୁଖ୍ୟ ରାସ୍ତାଟି ଦୀର୍ଘଦିନ ହେବ ବିପର୍ଯ୍ୟୟ ଅବସ୍ଥାରେ ପଡିରହିଛି,ରାସ୍ତାସାରା ଖାଲଖମାରେ ଭର୍ତ୍ତି। ନା ଅଛି କଂକ୍ରିଟ ନା ଅଛି ମୋରମ। ଗାଁ ଲୋକଙ୍କ କଥା ଛାଡ ଏହି ରାସ୍ତା ଦେଇ ଯାଉଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ ମଧ୍ୟ ସବୁଦିନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ମୁଖ୍ୟ ରାସ୍ତାଟି ଜହ୍ନକୋଣା, ଧନେଶ୍ବର ଏବଂ ବ୍ରାହ୍ମଣୀବାଡ଼ ଆଦି ତିନୋଟି ଗାଁର ସଂଯୋଗ ସ୍ଥଳୀ। ଏହି ରାସ୍ତା ଦେଇ ଦୈନଦିନ ଅନେକ ଲୋକ ଯାତାୟାତ କରିଥାନ୍ତି। ସ୍କୁଲ, ମେଡ଼ିକାଲ ଯିବା ପାଇଁ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥାନ୍ତି ଏହି ତିନୋଟି ଗ୍ରାମର ଗ୍ରାମବାସୀ।

ଆଜି ଅନେକ ସ୍କୁଲ ଛାତ୍ରଛାତ୍ରୀ ପ୍ରତିବାଦ କରି ଏକ ଦାବିପତ୍ର ଯାଜପୁର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି । ଏହି ରାସ୍ତାକୁ କଂକ୍ରିଟ କରିବା ସହ ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details