ଓଡିଶା

odisha

By

Published : Jun 1, 2021, 8:08 PM IST

ETV Bharat / state

ଜିଆରଏସଙ୍କ ବିରୋଧରେ ଟଙ୍କା ହେରଫେର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ସରପଞ୍ଚ

ଜିଆରଏସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଧାରଣାରେ ବସିଲେ ସରପଞ୍ଚ । ଯାଜପୁର ଜିଲ୍ଲା କୋରାଇ ବ୍ଲକ ମୁକୁନ୍ଦପୁର ଗ୍ରାମପଞ୍ଚାୟତର ଘଟଣା । ଅଧିକ ପଢନ୍ତୁ...

ଜିଆରଏସଙ୍କ ବିରୋଧରେ ଟଙ୍କା ହେରଫେର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ସରପଞ୍ଚ
ଜିଆରଏସଙ୍କ ବିରୋଧରେ ଟଙ୍କା ହେରଫେର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ସରପଞ୍ଚ

ଯାଜପୁର :ଯାଜପୁର ଜିଲ୍ଲା କୋରାଇ ବ୍ଲକ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ)ଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ସରପଞ୍ଚ। ଜିଆରଏସଙ୍କ ଦ୍ଵାରା ପଞ୍ଚାୟତରେ ହୋଇଥିବା ବ୍ୟାପକ ଘୋଟାଲା ଓ ଅନିୟମିତତା ପ୍ରତିବାଦରେ କାର୍ଯ୍ୟାନୁଷ୍ଠାନ ଦାବି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୁକୁନ୍ଦପୁର ସରପଞ୍ଚ ସୁକାନ୍ତି ଜେନା ଧାରଣାରେ ବସିଛନ୍ତି । ଘୋଟାଲାର ତଦନ୍ତ କରାଯାଇ ଜିଆରଏସ ଗୀତାଞ୍ଜଳି ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ଜିଆରଏସଙ୍କ ବିରୋଧରେ ଟଙ୍କା ହେରଫେର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ସରପଞ୍ଚ

ଅଭିଯୋଗ ମୁତାବକ ଜିଆରଏସ ଗୀତାଞ୍ଜଳୀ ମହାନ୍ତି ସରପଞ୍ଚଙ୍କୁ ଅନ୍ଧାରରେ ରଖି ପଞ୍ଚାୟତରେ ବିଭିନ୍ନ ଅନିୟମିତତା ଓ ଘୋଟାଲା କରିଛନ୍ତି। ଆବାସ ଯୋଜନା ଠାରୁ ଆରମ୍ଭ କରିଛି ହିତାଧିକାରୀଙ୍କୁ ଭତ୍ତା ଓ ମନରେଗା ଓ ଅନ୍ୟାନ୍ୟ ଯୋଜନାରେ ଟଙ୍କା ହେରଫେର କରିଛନ୍ତି। କୋଠାଘର ଥିବା ଲୋକଙ୍କୁ ଆବାସ ଯୋଜନାରେ ଘର ଦେବା, ବର୍ଷ ବର୍ଷ ଧରି ହିତାଧିକାରୀମାନଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ କରିଥିବା ଭଳି କାର୍ଯ୍ୟ କରିଛନ୍ତି ଜିଆରଏସ ଗିତାଞ୍ଜଳୀ । ଏହାକୁ ବିରୋଧ କରିବାରୁ ସେ ତାଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ସୁକାନ୍ତି ଜେନା

ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ବାଧ୍ୟହୋଇ ଆଜି ସେ ଆନ୍ଦୋଳନକୁ ଓହ୍ଲାଇ ଧାରଣାରେ ବସିଥିବା ମଧ୍ୟ କହିଛନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ମଧ୍ୟ ସରପଞ୍ଚଙ୍କୁ ସମର୍ଥନ ଜଣାଇ ତାଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସରପଞ୍ଚ କହିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details