ଓଡିଶା

odisha

ETV Bharat / state

କୋରେଇ ବ୍ଲକ କାର୍ଯ୍ୟାଳୟ ଆଗରେ ସରପଞ୍ଚଙ୍କ ଆନ୍ଦୋଳନ - କୋରେଇ ବ୍ଳକ କାର୍ଯ୍ୟାଳୟ ଆଗରେ ସରପଞ୍ଚଙ୍କ ଆନ୍ଦୋଳନ

ଯାଜପୁର ଜିଲ୍ଲା କୋରେଇ ବ୍ଲକ (korei block office) ପ୍ରଶାସନ ଦ୍ବାରା ସାଦକପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ଏବଂ କାର୍ଯ୍ୟ ବନ୍ଦ ସହ ସରପଞ୍ଚଙ୍କୁ ଅସହଯୋଗ ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

sarpanch protest in front of korei block office
ବ୍ଳକ ପ୍ରଶାସନ ବିରୁଦ୍ଧରେ କୋରେଇ ବ୍ଳକ କାର୍ଯ୍ୟାଳୟ ଆଗରେ ସରପଞ୍ଚଙ୍କ ଆନ୍ଦୋଳନ

By

Published : Nov 29, 2021, 9:40 PM IST

ଯାଜପୁର:ବ୍ଲକ ପ୍ରଶାସନ ବିରୋଧରେ ସରପଞ୍ଚଙ୍କ ଆନ୍ଦୋଳନ। ଯାଜପୁର ଜିଲ୍ଲା କୋରେଇ ବ୍ଲକ (korei block office) ପ୍ରଶାସନ ଦ୍ବାରା ସାଦକପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ଏବଂ କାର୍ଯ୍ୟ ବନ୍ଦ ସହ ସରପଞ୍ଚଙ୍କୁ ଅସହଯୋଗ ଅଭିଯୋଗ ହୋଇଛି।

ବ୍ଳକ ପ୍ରଶାସନ ବିରୁଦ୍ଧରେ କୋରେଇ ବ୍ଳକ କାର୍ଯ୍ୟାଳୟ ଆଗରେ ସରପଞ୍ଚଙ୍କ ଆନ୍ଦୋଳନ

କୋରେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ସରପଞ୍ଚ ଓ ପଞ୍ଚାୟତ ବାସିନ୍ଦା। ପୂର୍ବରୁ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅବିଳମ୍ବେ ବିଲ୍ ପ୍ରଦାନ ଓ ଅଧାପନ୍ତରିଆ ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସରପଞ୍ଚ ଦାବି କରିଛନ୍ତି। ଏଥି ସହିତ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଦାବି ହୋଇଛି। ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କୁହାଯାଇଛି।

ସରପଞ୍ଚଙ୍କ ନେତୃତ୍ବରେ ଚାଲିଥିବା ଏହି ଧାରଣାରେ ନାଏବ ସରପଞ୍ଚଙ୍କ ସମେତ ଓ୍ବାର୍ଡ ମେମ୍ବର ଓ ଶତାଧିକ ପଞ୍ଚାୟତ ବାସିନ୍ଦା ସାମିଲ ହୋଇଛନ୍ତି। ସେପଟେ ସରପଞ୍ଚଙ୍କ ସହ ଆଲୋଚନା ପରେ ଏହାର ସମାଧାନ କରାଯିବ ବୋଲି ବିଡ଼ିଓ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details