ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣା, ଥାନା ଘେରିଲା ଦଳିତ ମଞ୍ଚ - jajpur latest news

ଯାଜପୁରରେ ଦିବ୍ୟାଙ୍ଗ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣାକୁ ନେଇ ଥାନା ଘେରାଉ କଲା ଦଳିତ ମଞ୍ଚ । ଅଧିକ ପଢନ୍ତୁ

ଦିବ୍ୟାଙ୍ଗ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣାକୁ ନେଇ ଥାନା ଘେରାଉ କଲା ଦଳିତ ମଞ୍ଚ
ଦିବ୍ୟାଙ୍ଗ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣାକୁ ନେଇ ଥାନା ଘେରାଉ କଲା ଦଳିତ ମଞ୍ଚ

By

Published : Nov 23, 2021, 9:44 PM IST

ଯାଜପୁର: ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତରେ ଗତ ମାସ ୨୭ ତାରିଖରେ ଭକଣ୍ଡାରୀ ଗ୍ରାମର ଜଣେ ଦିବ୍ୟାଙ୍ଗ ଦଳିତ ଯୁବକଙ୍କୁ ପଞ୍ଚାୟତର ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ହେଲେ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଆଜି ଦଳିତ ସଂଘ ପକ୍ଷରୁ ପାଣିକୋଇଲି ଥାନାରେ ବିକ୍ଷୋଭ ଓ ଗଣଧାରଣା ଦିଆଯାଇଛି l

ଦିବ୍ୟାଙ୍ଗ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣାକୁ ନେଇ ଥାନା ଘେରାଉ କଲା ଦଳିତ ମଞ୍ଚ

ଅଭିଯୋଗ ଅନୁଯାୟୀ, ଭକଣ୍ଡାରୀ ଗ୍ରାମର ସୁବାସ ମଲିକ ଭତ୍ତା ଟଙ୍କା ସମ୍ପର୍କରେ ବୁଝିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବଳେ ସରପଞ୍ଚ ଗଣେଶ ସାହୁ ତାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ମାଡ଼ ମାରିଥିଲେ । କିଛିଦିନ ତଳେ ଏହି ଦଳିତ ଯୁବକ ସରକାରୀ ଆବାସ ପାଇଁ ସରପଞ୍ଚଙ୍କୁ ୩ ହଜାର ଟଙ୍କା ଦେଇଥିଲେ । ଘର ମିଳିନଥିବା ବେଳେ ସେ ଟଙ୍କା ମାଗିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସରପଞ୍ଚ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ସୁବାସ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ ।

ଏନେଇ ରାଜ୍ୟ ମାନବ ଅଧିକାର ସୁରକ୍ଷା ସେଲରେ ସୁବାସ ଅଭିଯୋଗ କରିବା ପରେ ପୋଲିସ ୨୮୪/୨୧ରେ ଏକ ମାମଲା ରୁଜୁ କରିଥିଲା । ହେଲେ ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିଲା । ଫଳରେ ପୀଡ଼ିତ ଯୁବକ ଗତ ୧୧ ତାରିଖରେ ଯାଜପୁର ଏସ୍‌ପିଙ୍କୁ ଭେଟି ଗୁହାରି କରିଥିଲେ ।

ଏସପିଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ କରୁଥିବା ଡିଏସପି ମମତା ସାହୁ ପକ୍ଷପାତିତା କରିବା ସହିତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରି ଆଜି ପାଣିକୋଇଲି ଥାନା ସମ୍ମୁଖରେ ବିକ୍ଷୋଭ ଓ ଗଣ ଧାରଣା ଦେଇଛି ସଂଘ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details