ଓଡିଶା

odisha

ETV Bharat / state

ସନ୍ଥଙ୍କ ମହାସମାଧି ଉତ୍ସବରେ ସମାଜ ସେବା

ମହିମା ଧର୍ମରେ ଦୀକ୍ଷିତ ସନ୍ଥବାବା କିଶୋର ଦକ୍ଷିଣରାୟଙ୍କ ମହାପ୍ରୟାଣର ଏକବିଂଶ ଦିବସରେ ମହାସମାଦି ଉତ୍ସବ ପାଳିତ ହୋଇଛି । ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଏହି ଉତ୍ସବରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ଭଜନ ସଂକୀର୍ତ୍ତନ ଭଳି କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା ।

By

Published : Sep 3, 2019, 7:16 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଯାଜପୁର

ଯାଜପୁର: ସନ୍ଥଙ୍କ ମହାସମାଧି ଉତ୍ସବରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର । ଏଥିରେ ସନ୍ଥ ରକ୍ତଦାନ କରିବା ସହିତ ଶତାଧିକ ଭକ୍ତ ଯୋଗ ଦେଇଥିଲେ । ମଠ ପରିସରରେ ରକ୍ତଦାନ ଶିବିର ସହିତ ଅନୁଷ୍ଠିତ ହୋଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ । ଏଥିସହ ଆୟୋଜିତ ହୋଇଥିଲା ଭଜନ ସଂକୀର୍ତ୍ତନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ୟାସନଗର ସହର ଉପକଣ୍ଠରେ ଥିବା ବ୍ୟାସ ସରୋବର ସ୍ଥିତ ମହିମା ଆଶ୍ରମରେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଯାଜପୁର

ସନ୍ଥକବି ଭୀମଭୋଇଙ୍କ ମହିମା ଧର୍ମରେ ଦୀକ୍ଷିତ ବାବା କିଶୋର ଦକ୍ଷିଣରାୟଙ୍କର ଗତ ମାସ ୧୪ ତାରିଖରେ ମହାପ୍ରୟାଣ ଘଟିଥିଲା । ମହିମା ଧର୍ମ ଓ ପରମ୍ପରା ଅନୁଯାୟୀ ଆଜି(ମଙ୍ଗଳବାର) ଏକବିଂଶ ଦିବସରେ ତାଙ୍କର ମହାସମାଦି ଉତ୍ସବ ପାଳିତ ହୋଇଛି । ଯେଉଁଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ସାଧୁସନ୍ଥ ଯୋଗଦେଇ ବାବା କିଶୋରୀ ଦକ୍ଷିଣରାୟଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ ।

ଏଠାରେ ଆୟୋଜିତ ରକ୍ତଦାନ ଶିବିରରେ ପାଖାପାଖି ୫0 ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା । ତଥ୍ୟ ଅନୁଯାୟୀ କିଶୋରୀ ବାବା ବ୍ୟାସ ସରୋବର ମହିମା ମଠର ପ୍ରତିଷ୍ଠାତା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ । ସେ ପୂର୍ବରୁ ବ୍ୟାସନଗର ପୌର ପରିଷଦରେ ଏକାଧିକ ଥର କାଉନସିଲର ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ । ଜଣେ ଲୋକପ୍ରିୟ ଏବଂ ସମାଜସେବୀ ଭାବେ ଏହି ଅଞ୍ଚଳରେ ଖ୍ୟାତିଲାଭ କରିଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details