ଓଡିଶା

odisha

ETV Bharat / state

ନିଖୋଜ ପିହୁ ପରିବାରକୁ ଭେଟିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ଯାଜପୁର ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଅଞ୍ଚଳରେ ଗତ 4 ମାସ ଧରି ନିଖୋଜ ଥିବା ନାବାଳିକା ପିହୁର ପରିବାରକୁ ଭେଟିବାକୁ ଆସିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଅଧିକ ପଢନ୍ତୁ...

By

Published : Dec 16, 2020, 6:59 AM IST

ନିଖୋଜ ନାବାଳିକା ପିହୁର ପରିବାରକୁ ଭେଟିବାକୁ ଆସିଛନ୍ତି ସନ୍ଧ୍ୟାବତୀ ପ୍ରଧାନ
ନିଖୋଜ ନାବାଳିକା ପିହୁର ପରିବାରକୁ ଭେଟିବାକୁ ଆସିଛନ୍ତି ସନ୍ଧ୍ୟାବତୀ ପ୍ରଧାନ

ଯାଜପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଅଞ୍ଚଳରେ ଗତ 4 ମାସ ଧରି ନିଖୋଜ ଥିବା ନାବାଳିକା ପିହୁର ପରିବାରକୁ ଭେଟିବାକୁ ଆସିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଯାଜପୁର ଜିଲ୍ଲା ପ୍ରଦିକ୍ଷଣ ଗୃହରେ ଜିଲ୍ଲାପାଳ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଯାଜପୁର ଉପଖଣ୍ଡ ଆରକ୍ଷୀ ନିରୀକ୍ଷକ ନାରାୟଣ ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ ।

ନିଖୋଜ ନାବାଳିକା ପିହୁର ପରିବାରକୁ ଭେଟିବାକୁ ଆସିଛନ୍ତି ସନ୍ଧ୍ୟାବତୀ ପ୍ରଧାନ

ପିହୁର ନିଖୋଜ ଘଟଣାକୁ ସମ୍ବେଦନଶୀଳ ଭାବେ ନେଇ ପିହୁକୁ କିପରି ତୁରନ୍ତ ଠାବ କରାଯାଇ ପାରିବ ଏବଂ ଏଥିପାଇଁ କ୍ରାଇମବ୍ରାଞ୍ଚକୁ ମଧ୍ୟ ନିଖୋଜ ପିହୁକୁ ଠାବ କରିବା ପାଇଁ ଲଗାଯିବ ବୋଲି ସେ କହିଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଜିଲ୍ଲା ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details