ଓଡିଶା

odisha

By

Published : May 30, 2022, 3:13 PM IST

ETV Bharat / state

ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ସଧବା

ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ଯାଜପୁରର ବିଭିନ୍ନ ସ୍ଥାନରେ ବ୍ରତପାଳନ କରୁଛନ୍ତି ସଧବାନାରୀ । ଅଧିକ ପଢନ୍ତୁ

Sabitri Brata :ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ସଧବା
Sabitri Brata :ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ସଧବା

ଯାଜପୁର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ସ୍ବାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ସଧବା। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଯମରାଜଙ୍କ ସହ ଲଢ଼ି ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ।

Sabitri Brata :ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ସଧବା

ତେବେ ଏହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ମହିଳାମାନେ। ଆଜି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଧବାମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ସାବିତ୍ରୀ ପୂଜା କରିବା ପାଇଁ ବିଭିନ୍ନ ମନ୍ଦିର ସମେତ ଘର ଅଗଣାରେ ଥିବା ଚଉଁରା ମୂଳେ ସଧବାଙ୍କ ଭିଡ ଦେଖିବାକୁ ମିଳିଛି । ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ନାଇ ବିଭିନ୍ନ ଫଳ ଓ ଫୁଲରେ ନୈବେଦ୍ୟ ସଜାଡି ପୂଜା କରୁଛନ୍ତି ସଧବା ନାରୀ ।

ABOUT THE AUTHOR

...view details