ଓଡିଶା

odisha

ETV Bharat / state

ବିରଳ ସାପ ନେଇ ଗୁଜବ ପ୍ରଚାର, ଦେଖିବାକୁ ଜମିଲା ଲୋକଙ୍କ ଭିଡ - ଯାଜପୁର ଲାଟେଷ୍ଟ ନ୍ୟୁଜ୍‌

ସ୍ଥାନୀୟ ରସୁଲପୁର ବ୍ଳକ କରଜଙ୍ଗ ଗାଁରେ ଏକ ବିରଳ ସାପ ଦେଖାଯିବା ନେଇ ସୃଷ୍ଟି ହୋଇଛି ଗୁଜବ । ଏଭଳି ଦୃଶ୍ୟ ଦେଖିବାକୁ ଗାଁ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା । ଏନେଇ ବନ ବିଭାଗକୁ ଖବର ଦେଲା ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହି ବିରଳ ଜନ୍ତୁଟିକୁ ଉଦ୍ଧାର କରିଥିଲେ ।

rare snake in jajpur, rare snake rumor in jajpur, jajpur latest news, ଯାଜପୁରରେ ବିରଳ ସାପ, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଯାଜପୁରରେ ବିରଳ ସାପ ଗୁଜବ
ବିରଳ ସାପ ନେଇ ଗୁଜବ ସୃଷ୍ଟି, ଦେଖିବାକୁ ଜମିଲା ଲୋକଙ୍କ ଭିଡ

By

Published : Aug 27, 2020, 2:07 PM IST

ଯାଜପୁର: ସ୍ଥାନୀୟ ରସୁଲପୁର ବ୍ଳକ କରଜଙ୍ଗ ଗାଁରେ ଏକ ବିରଳ ସାପ ଦେଖାଯିବା ନେଇ ସୃଷ୍ଟି ହୋଇଛି ଗୁଜବ । ସାପ ପରି ଦେଖାଯାଉଥିବା ଏହି ଜୀବଟିର ଲମ୍ବ ପାଖପାଖି 6.5 ମିଟର ଥିବା ବେଳେ ଏହା ଦେଖିବାକୁ ସୂତା ଭଳି ସରୁ । ଏହା ଏତେ ସରୁ କି ଏହାକୁ ସ୍ଥାନୟୀ ଲୋକେ ପ୍ରଥମେ ଗୋଟିଏ ପ୍ଲାଷ୍ଟିକ ତାର ବୋଲି ଭାବୁଥିଲେ । ବୁଧବାର ଭୋର ସମୟରେ କରଜଙ୍ଗ ଗାଁର କଳ୍ପତରୁ ସାହୁଙ୍କ ବାଡିରେ ଏହା ଦେଖିବାକୁ ମିଳିଥିଲା ।

ବିରଳ ସାପ ନେଇ ଗୁଜବ ସୃଷ୍ଟି, ଦେଖିବାକୁ ଜମିଲା ଲୋକଙ୍କ ଭିଡ

ତେବେ ଏଭଳି ଦୃଶ୍ୟ ଦେଖିବାକୁ ଗାଁ ଲୋକଙ୍କ ଭିଡ଼ ଜମିବାରେ ଲାଗିଥିଲା । ଏନେଇ ବନ ବିଭାଗକୁ ଖବର ଦେଲା ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହି ବିରଳ ଜନ୍ତୁଟିକୁ ଉଦ୍ଧାର କରିଥିଲେ । ଗୋଟିଏ ପଟେ ସ୍ଥାନୀୟ ଲୋକେ ଏହାକୁ ବିରଳ ସାପ ବୋଲି କହୁଥିବା ବେଳେ ବନ ବିଭାଗର କହିବା କଥା କି ଏହା କୌଣସି ସାପ ନୁହେଁ ବରଂ ଏକ ଜିଆ ଜାତୀୟ ଜୀବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details