ଓଡିଶା

odisha

ETV Bharat / state

ଅଧା ରାସ୍ତା ନିର୍ମାଣ କରି ଠିକାଧାର ଛୁ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ - people raising voice

ଯାଜପୁରରେ ଆଇଚପୁରଠାରୁ ଓସ୍ତପାଳ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି l ଠିକାଦାରଙ୍କଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l ଅଧିକ ପଢନ୍ତୁ

road problem in jajpur
ଅଧପନ୍ତରିଆ ରାସ୍ତା ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ

By ETV Bharat Odisha Team

Published : Sep 23, 2023, 9:43 PM IST

ଅଧପନ୍ତରିଆ ରାସ୍ତା ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ

ଯାଜପୁର:ଖାଲ ଖମା ପାଣି କାଦୁଅରେ ଭରପୁର କୋରେଇ ବ୍ଲକ ପଛିକୋଟ ପଞ୍ଚାୟତର ଆଇଚପୁରଠାରୁ ଓସ୍ତପାଳ ପର୍ଯ୍ୟନ୍ତ ରାସ୍ତା l ଏହି ରାସ୍ତାରେ ବାଇକରେ ଯିବା ତ ଦୂରର କଥା ଚାଲି ଚାଲି ଯିବା ବି ସମ୍ଭବ ନୁହେଁ l ପ୍ରତିବର୍ଷ ବର୍ଷା ଦିନ ଆସିଲେ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ । ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ହେବ ରାସ୍ତାର ଅବସ୍ଥାରେ ସୁଧାର ଆସୁନି । ତେବେ ଏହି ରାସ୍ତା ନିର୍ମାଣ ପାଇଁ ଅନେକ ଥର ଗ୍ରାମବାସୀ ଦାବି କଲା ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ଲୋକଙ୍କ କାର୍ଯ୍ୟରେ ଲାଗିପାରିନାହିଁ l ଏଭଳି ରାସ୍ତା ଯୋଗୁ ପ୍ରତ୍ୟେକ ଦିନ ସ୍କୁଲ, କଲେଜ ଯିବାପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ l

ଗାଁରେ କିଛି ଅଘଟଣ ଘଟିଲେ କି କାହାର ଦେହ ଖରାପ ହେଲେ ଗାଁ କୁ ଆମ୍ବୁଲାନ୍ସ କି ଦମକଳ ପହଞ୍ଚି ପାରୁନାହିଁ। ତେଣୁ ରୋଗୀଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ୁଛି। ଏମିତିକି ବର୍ଷା ଦିନେ ଘରୁ ବାହାରକୁ ବାହାରିବା ସେମାନଙ୍କ ପାଇଁ କଷ୍ଟକର ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। କୋରେଇ ବ୍ଲକ ପଛୀକୋଟ ପଞ୍ଚାୟତ ଆଇଚପୁର ଠାରୁ ଓସ୍ତପାଳକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଖାପାଖି 5ଟି ଗ୍ରାମର ଦୁଇ ହଜାରରୁ ଅଧିକ ଲୋକେ ନିର୍ଭର କରନ୍ତି l ସେହିଭଳି ନାଳ ଉପରେ ଥିବା ଏକ ସେତୁର ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଛି l ବର୍ଷା ହେଲେ ଲୋକଙ୍କ ସମସ୍ୟା ଦୁଇ ଗୁଣ ବଢ଼ି ଯାଉଛି l ତେଣୁ ତୁରନ୍ତ ରାସ୍ତାକାର୍ଯ୍ୟ ସମ୍ପୂର୍ଣ୍ଣ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ l

ଏହା ବି ପଢନ୍ତୁ...କେନାଲ ରାସ୍ତା ନିର୍ମାଣ ନାଁରେ ଅନିୟମିତତା ! ତଦନ୍ତ ଦାବି କଲେ ଗ୍ରାମବାସୀ



ଗାଁର ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଆସିଥିବା ଆବାସ ଘର ରାସ୍ତା ସମସ୍ୟା ଯୋଗୁଁ ନିର୍ମାଣ ହୋଇପାରୁନାହିଁ । ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳିଛି। ହେଲେ ଗାଁକୁ ଗାଡି ପଶୁନଥିବାରୁ ଘର ତିଆରି ପାଇଁ ଆସିପାରୁନି ବାଲି, ଗୋଡି, ଇଟା, ସିମେଣ୍ଟ, ରଡ଼ ଆଦି ସାମଗ୍ରୀ। ଅନ୍ୟପଟେ ୩ ମାସ ଭିତରେ ଘର ନିର୍ମାଣ କାର୍ଯ୍ୟ ଶେଷ ନହେଲେ ଟଙ୍କା ମିଳିବନି ବୋଲି ବିଭାଗୀୟ ଅଧିକାରୀ ତାଗିଦ କରୁଥିବାବେଳେ ଚିନ୍ତାରେ ହିତାଧିକାରୀ । ତେଣୁ ରାସ୍ତା କାର୍ଯ୍ୟର ଅବଧି ସରିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧା କାମ ସରିନି l

୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣ ହୋଇଥିବା ଏହି ରାସ୍ତାର ନିର୍ମାଳ ଶୈଳୀକୁ ନେଇ ଉଠିଛି ପ୍ରଶ୍ନ । ଏହି ରାସ୍ତା ଲୋକଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହୋଇଛି l ହେଲେ ଲୋକଙ୍କ କାମରେ ଲାଗି ପାରୁନି l ସ୍ଥାନୀୟ ଲୋକେ ଠିକାଦାରଙ୍କଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥଲେ ମଧ୍ୟ କୌଣସି ସୁଫଳ ମିଳୁନି l ଶେଷରେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଲେଣି ଗ୍ରାମବାସୀ l ସେପଟେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, "ଆପଣଙ୍କ ପାଖରୁ ଖବର ପାଇଲି, ଏ ବିଷୟରେ ତଦନ୍ତ କରାଯିବ। ଯଦି ଅଭିଯୋଗ ସତ ହୁଏ, ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ l"

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details