ଓଡିଶା

odisha

ETV Bharat / state

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ: ନେଲାଣି 200 ଜୀବନ - ମରଣ ଯନ୍ତା ରାସ୍ତା

ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ପ୍ରତିଦିନ ଘଟୁଛି ଦୁର୍ଘଟଣା। ବାରମ୍ବାର ହେଉଛି ଆନ୍ଦୋଳନ ହେଲେ କର୍ଣ୍ଣପାତ କରୁନାହାଁନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ- ଡୁବୁରୀ ଜାତୀୟ ରାଜପଥ ଏବେ ବିପଦ ସଙ୍କୁଳ ହୋଇପଡିଛି। ଯେଉଁଥିରେ ଯାତାୟତ କରିବା ପାଇଁ ଭୟ କରୁଛନ୍ତି ଜନସାଧାରଣ।

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ: ନେଲାଣି 200 ଜୀବନ
ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ: ନେଲାଣି 200 ଜୀବନ

By

Published : Nov 30, 2019, 7:10 PM IST

ଯାଜପୁର: ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ବେ ଶୁଣୁନାହାଁନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଫଳରେ ବାରମ୍ବାର ହେଉଛି ଦୁର୍ଘଟଣା । ଯାଜପୁର ଜିଲାର ଚଣ୍ଡିଖୋଲ-ଡୁବୁରୀ 53ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି।

ବିଗତ କିଛିଦିନ ମଧ୍ୟରେ 200ରୁ ଉର୍ଦ୍ଧ ବ୍ୟକ୍ତିଙ୍କର ଜୀବନ ଗଲାଣି ଦୁର୍ଘଟଣାରେ। କେବଳ ନାଁକୁ ମରାମତି କରି କାମ ସାରିଦେଉଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଏହାର ପ୍ରତିବାଦ କରି ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ଆଗାମୀ 3 ତାରିଖ ଦିନ ଜାତୀୟ ରାଜପଥ ବନ୍ଦ କରିବାକୁ ଡାକରା ଦେବା ପରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଛି।

ରାସ୍ତାର ଦୂରାବସ୍ଥା ନେଇ ବାରମ୍ବାର ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅବଗତ କରାଯିବା ପରେ ମଧ୍ୟ ଅଣଦେଖା କରୁଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଏହାର ପ୍ରତିବାଦ କରି ଆଗାମୀ 3 ତାରିଖ ଦିନ ଜାତୀୟ ରାଜପଥ ବନ୍ଦ କରିବାକୁ ଡାକରା ଦେଇଥିଲା ସଚେତନ ନାଗରିକ ମଞ୍ଚ । ମଞ୍ଚର ବନ୍ଦ ଡାକରା ପରେ ଏଥିରେ ହସ୍ତକ୍ଷେପ କରିଛି ପ୍ରଶାସନ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ଧର୍ମଶାଳା ବିଧାୟକଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଛି ଜିଲ୍ଲା ପ୍ରଶାସନ।

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ: ନେଲାଣି 200 ଜୀବନ

ଜାତୀୟ ରାଜପଥରେ ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଖାଲ ହେବା ସହିତ କବାଟବନ୍ଧ ଠାରେ ଥିବା ବ୍ରାହ୍ଣଣୀ ପୋଲ ସମ୍ପୂର୍ଣ୍ଣ ବିପଦ ସଙ୍କୁଳ ହୋଇପଡିଛି । ବ୍ରିଟିଶ ସମୟରୁ ନିର୍ମିତ ଏହି ପୋଲଟି ମରାମତି ଅଭାବରୁ ବିପଦପୂର୍ଣ୍ଣ ହୋଇପଡିଥିଲେ ମଧ୍ୟ, ଏଠାରେ ଦ୍ବିତୀୟ ପୋଲ ନିର୍ମାଣ ପାଇଁ କୌଣସି ବ୍ୟବସ୍ଥା କରିନାହାଁନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ।

ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ସଚେତନ ନାଗରିକ ମଞ୍ଚ, ବିଭିନ୍ନ ଟ୍ରକ ଓ ବଜାର ସଙ୍ଘ କର୍ମକର୍ତ୍ତା, ପରିବହନ ଅଧିକାରୀ ଯୋଗ ଦେଇ ରାସ୍ତାର ଦୂରାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ରାସ୍ତାର ଦୂରାବସ୍ଥା ଅଭିଯୋଗକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ବୀକାର କରିବା ସହିତ ଆଗାମୀ ଡିସେମ୍ବର 31 ତାରିଖ ସୁଦ୍ଧା ଏହାର ଆବଶ୍ୟକୀୟ ମରାମତି କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details