ଓଡିଶା

odisha

ETV Bharat / state

Road Mishap: ବାରବାଟୀ ନିକଟରେ ଦୁର୍ଘଟଣା, ଭାଇ ଭଉଣୀ ମୃତ

ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଧିକ ପଢ଼ନ୍ତୁ

By

Published : Jun 6, 2022, 5:36 PM IST

Road Mishap : ବାରବାଟୀ ନିକଟରେ ଦୁର୍ଘଟଣା, ଭାଇ ଭଉଣୀ ମୃତ
Road Mishap : ବାରବାଟୀ ନିକଟରେ ଦୁର୍ଘଟଣା, ଭାଇ ଭଉଣୀ ମୃତ

ଯାଜପୁର : ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କୁଆଖିଆ ଥାନା ପ୍ରଥମାଖଣ୍ଡ ପଞ୍ଚାୟତ ଦାମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଞ୍ଜିତ ଓ ଆଶିଷ ଲେଙ୍କାଙ୍କ ଝିଅ ଶୁଭ୍ରା ସମ୍ଭାବନା ଦୁହେଁ ଏକ ସ୍କୁଟି ଯୋଗେ ଆଜି ଜାରକାରୁ ଘରକୁ ଫେରୁଥିବା ସମୟରେ ବାରବାଟୀ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶୁଭ୍ରା ସମ୍ଭାବନାଙ୍କର ମୃତ୍ୟୁ ଘଟିଥିବାବେଳେ ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Road Mishap : ବାରବାଟୀ ନିକଟରେ ଦୁର୍ଘଟଣା, ଭାଇ ଭଉଣୀ ମୃତ

ଅବସ୍ଥା ସଂକଟାପନ୍ନ ଥିବାରୁ ରଞ୍ଜିତଙ୍କୁ କଟକ ବଡ଼ ମେଡିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଉଭୟ ସମ୍ପର୍କୀୟ ଭାଇ ଭଉଣୀ ବୋଲି ଜଣାପଡିଛି । ଖବରପାଇ ଧର୍ମଶାଳା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏପଟେ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଗାଡିକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details