ଯାଜପୁର: ପାଣିକୋଇଲି ଥାନା ଧନପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା(road accident)। କାର ଓଲଟି 2 ମୃତ, 2 ଗୁରୁତର ଆହତ ହେଇଥିବା ସୂଚନା। ସୂଚନା ମୁତାବକ ଗତକାଲି(ଶୁକ୍ରବାର) ରାତି ୧୧ଟା ବେଳେ ଏକ କାରରେ ୪ ଯୁବକ କୌଣସି କାମରୁ ଯାଜପୁର ରୋଡକୁ ଫେରୁଥିଲେ।
ତେବେ ପାଣିକୋଇଲି ଥାନା ଧନପୁର ଛକ ନିକଟରେ ଏକ ଟ୍ରକ କାରକୁ ସାଇଡ଼ ମାରିବାରୁ କାର ଚାଳକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡିଭାଇଡରରେ ପିଟି ହୋଇ ଏକ ପୋଖରୀ ଭିତରେ ପଡ଼ିଥିଲା। ଫଳରେ କାର ଭିତରେ ଥୁବା ଯୁବକମାନେ ବାହାରି ପାରି ନଥିଲେ । ତେବେ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।