ଯାଜପୁର: ଯାଜପୁର ଜିଲ୍ଲା ଯଖପୁରା ଥାନା ଦେଇ ଯାଇଥିବା ରାସ୍ତା ବାଘ ବାହାଳି ବଙ୍ଗଳାକୁ ମାନ୍ତିରା ଛକ ନିକଟରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଢେ଼ଙ୍କାନାଳ ଜିଲ୍ଲା ନିହାଲ ପ୍ରସଦା ଗ୍ରାମର ଶରତ ଧଳଙ୍କ ପୂଅ କପିଳ ଚନ୍ଦ୍ର ଧଳ ଜିନ୍ଦଲ କାରଖାନାରୁ ଡ୍ୟୁଟି ସାରି ମୋଟର ସାଇକେଲରେ ଘରକୁ ଫେରିବା ସମୟରେ ଇଣ୍ଡିଗୋ ଗାଡି ସହ ଧକ୍କା ହେଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା ।
ସଡ଼କ ଦୁର୍ଘଟଣାରେ ଶ୍ରମିକ ମୃତ - labour died in road accident
ଯାଜପୁର ଜିଲ୍ଲା ଯଖପୁରା ଥାନା ନିକଟରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସଡ଼କ ଦୁର୍ଘଟଣାରେ ଶ୍ରମିକ ମୃତ
ସଡ଼କ ଦୁର୍ଘଟଣାରେ ଶ୍ରମିକ ମୃତ
ଘଟଣାସ୍ଥଳରେ ଯଖପୁରା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଦାନଗଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ଦୁର୍ଘଟଣା ଘଟିଥିବା ବାଇକ ଓ ଇଣ୍ଡିକୋ ଗାଡିକୁ ପୋଲିସ ଜବତ କରିଥିବା ବେଳେ ଇଣ୍ଡିଗୋ ଗାଡି ଚାଳକଙ୍କୁ ଗିରଫ କରିଛି । ଗାଡିଚାଳକଙ୍କ ଏପରି ବେପାରୁଆ ଗାଡି ଚଳାଇବାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ