ଓଡିଶା

odisha

ETV Bharat / state

ବସ-ହାଇଓ୍ବା ମୁହାଁମୁହିଁ ଧକ୍କା, 20ରୁ ଊର୍ଦ୍ଧ୍ବ ଆହତ

road accident in jajpur
ଯାତ୍ରୀବାହୀ ବସ ସହ ହାଇଓ୍ବା ମୁହାଁମୁହିଁ ଧକ୍କା, 20ରୁ ଅଧିକ ଆହତ

By

Published : Feb 6, 2021, 4:23 PM IST

Updated : Feb 6, 2021, 4:50 PM IST

16:13 February 06

ବସ-ହାଇଓ୍ବା ମୁହାଁମୁହିଁ ଧକ୍କା, 20ରୁ ଊର୍ଦ୍ଧ୍ବ ଆହତ

ଯାତ୍ରୀବାହୀ ବସ ସହ ହାଇଓ୍ବା ମୁହାଁମୁହିଁ ଧକ୍କା, 20ରୁ ଅଧିକ ଆହତ

ଯାଜପୁର: ଯାଜପୁର କୋରେଇ ଥାନା ବନ୍ଦୀଛକ ନିକଟରେ ଯାତ୍ରୀବାହୀ ବସ ସହ ହାଇଓ୍ବା ମୁହାଁମୁହିଁ ଧକ୍କା  ହୋଇଛି ।  ଫଳରେ 20ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ କେନ୍ଦୁଝର ଜିଲ୍ଲାରୁ ବସ ଯୋଗେ ଯାତ୍ରୀ ଯାଜପୁର ରୋଡକୁ ଆସୁଥିଲେ। ବନ୍ଦୀ ଛକ ନିକଟରେ ଏକ ଚିପ୍ସ ବୋଝେଇ ହାଇଓ୍ବା ଗାଡି ବସକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ଦମକଳ ଗାଡି ଯୋଗେ ଯାଜପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି। ଏଥିସହିତ ଗାଡି ଦୁଇଟିକୁ ଅଟକାଇ ତଦନ୍ତ ଜାରି ରଖିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Feb 6, 2021, 4:50 PM IST

ABOUT THE AUTHOR

...view details