ଓଡିଶା

odisha

By

Published : Jan 14, 2023, 1:42 PM IST

ETV Bharat / state

ଅଧାରେ ରହିଗଲା ତାରିଣୀ ଦର୍ଶନ, ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

କୁହୁଡି ସାଜିଲା କାଳ । ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଗୋପାଳପୁର ନିକଟରେ ଟ୍ରକକୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

jajpur accident
jajpur accident

jajpur accident

ଯାଜପୁର:ଆଧାରେ ରହିଗଲା ତାରିଣୀ ଦର୍ଶନ । ବାଟରେ କୁହୁଡି ସାଜିଲା କାଳ । ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ଯାଜପୁର ଜିଲ୍ଲା କୁଆଖିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ରାଜ୍ୟରେ ଶୀତ ସାଙ୍ଗକୁ କୁହୁଡି ଜାରି ରହିଛି । ଘନ କୁହୁଡିରେ ରାସ୍ତାଘାଟ ଦେଖାଯାଉନଥିବା ବେଳେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଥିବା ସାମ୍ନାକୁ ଆସିଛି । ତେବେ ଆଜି କୁଆଖିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଜଗତସିଂହପୁର ଏରସମା ବ୍ଲକର ସାତ ଜଣ ଘଟଗାଁ ତାରିଣୀ ଦର୍ଶନ ପାଇଁ ଏକ କାରରେ ଯାଉଥିବା ବେଳେ ଗୋପାଳପୁର ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି, ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଖବରପାଇ କୁଆଖାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଏବଂ ଆହତଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ଦୁର୍ଘଟଣାରେ ପ୍ରାୟ ହରାଇଥିବା ମୃତକ ଏବଂ ଆହତମାନେ ଏରସମା ବ୍ଲକ ଅଞ୍ଚଳର ହୋଇଥିବା ନେଇ ସୂଚନା ରହିଛି । ପୋଲିସ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: Makar Sankranti: ସୁନାବେଶରେ ଦର୍ଶନ ଦେଲେ ଘଟଗାଁ ରାଣୀ

ପ୍ରକାଶଥାଉକି, ଆଜି ପବିତ୍ର ମକର ସଂକ୍ରାନ୍ତି । ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ରାଣୀ ମା' ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ସୁନାବେଶରେ ଦର୍ଶନ ଦେଉଛନ୍ତି ଘଟଗାଁ ରାଣୀ । ମା’ଙ୍କୁ ଦର୍ଶନ କରି ସାନିଧ୍ୟ ପାଇଁ ହାଜର ହଜାର ଭକ୍ତଙ୍କ ଭିଡ ଲାଗି ରହିଛି । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋରୁ ମା' ତାରିଣୀଙ୍କର ସ୍ୱତନ୍ତ୍ର ପୂଜା ରୀତିନୀତି ଅନୁଯାୟୀ କରାଯାଇଛି । ସ୍ୱତନ୍ତ୍ର ପୂଜାନୀତି ପରେ ମାଆଙ୍କର ସୁନାବେଶ କରାଯାଇଛି । ଆଜି ଦିନ ତମାମ ମା' ତାରିଣୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବୋଲି ସୂଚନା ରହିଛି । ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details