ଯାଜପୁର: ଚଣ୍ଡିଖୋଲ ଛକରେ ଘଟିଛି ଅଭାବନୀୟ ଘଟଣା । ସଡ଼କ ଦୁର୍ଘଟଣାରେ ଜଳିଗଲା ଟ୍ରକ ଆଉ ବାଇକ, ଅଳ୍ପକେ ବର୍ତ୍ତିଲେ ଭାଇ ଭଉଣୀ ।
ସଡ଼କ ଦୁର୍ଘଟଣା: ଜଳିଗଲା ଟ୍ରକ ଓ ବାଇକ୍, ଅଳ୍ପକେ ବର୍ତ୍ତିଲେ ଭାଇ ଭଉଣୀ - chandikhol accident
ଚଣ୍ଡିଖୋଲ ଛକରେ ସଡ଼କ ଦୁର୍ଘଟଣା । ଜଳିଗଲା ଟ୍ରକ ଓ ବାଇକ, ଅଳ୍ପକେ ବର୍ତ୍ତିଲେ ଭାଇ ଭଉଣୀ । କଟକରୁ ଚଣ୍ଡିଖୋଲ ଯିବା ରାସ୍ତାରେ ଘଟିଥିଲା ଦୁର୍ଘଟଣା ।
![ସଡ଼କ ଦୁର୍ଘଟଣା: ଜଳିଗଲା ଟ୍ରକ ଓ ବାଇକ୍, ଅଳ୍ପକେ ବର୍ତ୍ତିଲେ ଭାଇ ଭଉଣୀ road accident in chandikhol](https://etvbharatimages.akamaized.net/etvbharat/prod-images/768-512-6300916-1043-6300916-1583385327712.jpg)
ଚଣ୍ଡିଖୋଲରେ ସଡ଼କ ଦୁର୍ଘଟଣା
କଟକରୁ ବାଇକରେ ଦୁହେଁ ଯାଉଥିବା ସମୟରେ ଚଣ୍ଡିଖୋଲରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବଡଚଣା ଡାକ୍ତରଖାନାକୁ ନେଇଥିଲେ ସ୍ଥାନୀୟ ଲୋକେ । ତେବେ ଦୁର୍ଘଟଣା ଏତେ ଜୋର ଥିଲାଯେ, ଘଟଣା ସ୍ଥଳରେ ଜଳିଗଲା ଟ୍ରକ ଆଉ ବାଇକ । ସେପଟେ ଖବର ପାଇ ଚଣ୍ଡିଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରୁଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ