ଯାଜପୁର: 16ନଂ ଜାତୀୟ ରାଜପଥର ଚଣ୍ଡିଖୋଲରେ ସଡକ ଦୁର୍ଘଟଣା । ବାଇକ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ । ମୃତକ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଖଇରା ଗାଁର ଜିତେନ୍ଦ୍ର ସିଂ ।
ସୂଚନା ମୁତାବକ, ବାଲେଶ୍ବରରୁ କଟକ ଯାଉଥିବାବେଳେ କୌଣସି କାରଣରୁ ରାସ୍ତାକଡରେ ଠିଆ ହୋଇଥିଲେ ଜିତେନ୍ଦ୍ର । ଏହି ସମୟରେ ହଠାତ୍ ଏକ ମାଲବାହୀ ଟ୍ରକ ପଛକୁ କରୁଥିବା ସମୟରେ ବାଇକ ଉପରକୁ ମାଡିଯାଇଥିଲା ।