ଓଡିଶା

odisha

ETV Bharat / state

ବଡଚଣାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ - jajpur review meeting

ବଡଚଣା ବ୍ଲକ ପରିସରରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଉନ୍ନତି ଆଣିବାକୁ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ବଡଚଣାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ
ବଡଚଣାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

By

Published : Feb 8, 2020, 2:24 PM IST


ଯାଜପୁର: ବଡଚଣା ବ୍ଲକ ପରିସରରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷ କରି ନିର୍ବାଚନ ମଣ୍ଡଳୀର ରହିଥିବା ବିଭିନ୍ନ ମୌଳିକ ସମସ୍ୟା ସମାଧାନ ପାଇଁ ଆଲୋଚନା କରାଯାଇଥିଲା । ପୂର୍ବ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇନଥିବା ଅନୁଦାନକୁ ତୁରନ୍ତ ଖର୍ଚ୍ଚ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖିବା ପାଇଁ ମଧ୍ୟ ଆଲୋଚନା ହୋଇଛି ।

ବଡଚଣାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

ଏହା ସହ ଜମି ଅଧିଗ୍ରହଣ ଜନିତ ବିଭିନ୍ନ ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ବିଧାୟକ ପରାମର୍ଶ ଦେଇଥିଲେ। ଏପରିକି ରାଜ୍ୟ ସରକାରଙ୍କ 5ଟି ଆଧାରରେ ଉନ୍ନୟନ ମୂଳକ କାର୍ଯ୍ୟ ଯେପରି ଶେଷ ହେବ ସେନେଇ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details