ଓଡିଶା

odisha

ETV Bharat / state

Political Violence: ଚିତାଳୋରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ

ଯାଜପୁରରେ ରାଜନୈତିକ ବିବାଦକୁ କେନ୍ଦ୍ର କରି ହିଂସାକାଣ୍ଡ । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

Political Violence: ଚିତାଳୋରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ
Political Violence: ଚିତାଳୋରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ

By

Published : Apr 18, 2022, 3:46 PM IST

ଯାଜପୁର:ସରିଲାଣି ପଞ୍ଚାୟତ ନିର୍ବାଚନ । ହେଲେ ଥମିନି ରାଜନୈତିକ ହିଂସା । ଜିଲ୍ଲାର ଚିତାଳୋରେ ପଞ୍ଚାୟତ ନିର୍ବାଚନ ବିବାଦକୁ କେନ୍ଦ୍ର କରି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଯାଜପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

Political Violence: ଚିତାଳୋରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ

ଅଭିଯୋଗ ମୁତାବକ ଚିତାଳୋ ପଞ୍ଚାୟତ ଝାଡ଼ଙ୍ଗା ଗ୍ରାମର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଜନାର୍ଦ୍ଦନ ସାହୁ ଗତ ପଞ୍ଚାୟତ ନିର୍ବାଚନରେ ଜନୈକ ସରପଞ୍ଚ ପ୍ରାର୍ଥିନୀଙ୍କୁ ସମର୍ଥନ କରିଥିଲେ। ଏଥିଯୋଗୁଁ ବିପକ୍ଷ ପ୍ରାର୍ଥୀଙ୍କ ସମର୍ଥକଙ୍କ ସହିତ ତାଙ୍କର ବିବାଦ ହୋଇଥିଲା । ଜନାର୍ଦ୍ଦନ ଝାଡ଼ଙ୍ଗା ଗ୍ରାମରେ ହେଉଥିବା ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇ ଗତକାଲି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ସମୟରେ ଝାଡ଼ଙ୍ଗା ଗ୍ରାମର ସତ୍ୟରଞ୍ଜନ ଖୁଣ୍ଟିଆ, କଳ୍ପତରୁ ପଣ୍ଡା, ବିଶ୍ବମ୍ବର ପଣ୍ଡା, ଶମ୍ଭୁନାଥ ସେଠୀଙ୍କ ସମେତ ୭ରୁ ୮ଜଣ ଯୁବକ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ଜନାର୍ଦ୍ଦନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଜନାର୍ଦ୍ଦନ ଏ ସଂପର୍କରେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିଭି କରି ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details