ଯାଜପୁର: ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ 13 ଦିନ ଧରି ଜାରି ରହିଛି ଧାରଣା ଓ ଅନଶନ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରସ୍ତାବିତ ସ୍ବତନ୍ତ୍ର ଭତ୍ତା ପ୍ରଦାନ ଦାବିରେ ନିଗମର ଯାଜପୁର ରୋଡ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଗତ 11ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରିରହିଛି ରିଲେ ଅନଶନ ଓ ଧାରଣା । ଆଜି ଏହି ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ।
ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଏହି ଦାବି ଯଥାର୍ଥ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ । ନିଗମ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ସେମାନଙ୍କର ଦାବି ପୂରଣ କରନ୍ତୁ ବୋଲି ଦାବି ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ। ସେ ଏ ଦିଗରେ ସରକାର ଏବଂ ଓଡିଶା ଖଣିନିଗମର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।