ଯାଜପୁର: ଜିଲ୍ଲା କୋରେଇ ଥାନା ସରସଦା ଅଞ୍ଚଳର ବୈତରଣୀ ନଦୀରୁ ବାଲି ଚାଲାଣକୁ ନେଇ ଦେଖାଦେଇଛି ବିବାଦ । ଭାରିଯାନରେ ବାଲି ଚାଲାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ । ବାଲି ବୋଝେଇ ଟ୍ରକକୁ ଅଟକ ରଖି ଗ୍ରାମବାସୀଙ୍କ ଆନ୍ଦୋଳନ ।
ଭାରିଯାନରେ ବାଲି ଚାଲାଣ ହେଉଥିବାରୁ ନଦୀବନ୍ଧ ଓ ଗ୍ରାମ୍ୟ ରାସ୍ତା କ୍ଷତିଗ୍ରସ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସୂଚନା ମୁତାବକ ସରସଦା ଓ ଶାଳବା ଅଞ୍ଚଳରେ ରାଜସ୍ବ ବିଭାଗ ପକ୍ଷରୁ ଏକ ବାଲି ଘାଟ ନିଲାମ ଦିଆଯାଇଛି । ଏହି ବାଲି ଘାଟରୁ ବଡ଼ ବଡ଼ ଟ୍ରକରେ ଦୈନିକ ଶହ ଶହ ଟ୍ରିପ୍ ବାଲି ଗାଁ ରାସ୍ତା ଓ ନଦୀ ବନ୍ଧ ଦେଇ ଯାଉଛି ।