ଯାଜପୁର:ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାଜପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଛି । ଏପରିକି ଅନେକ ସ୍ଥାନରେ ଲୋକଙ୍କ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡିଛି ।
ଅପରପକ୍ଷେ ବର୍ଷା ଯୋଗୁଁ ବୈତରଣୀ ନଦୀ ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି । ଯାହାକୁ ନେଇ ନଦୀକୂଳିଆବାସୀ ଆତଙ୍କିତ ଅଛନ୍ତି । ଏହାସହ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଯୋଗୁଁ ପନିପରିବା ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ।