ଓଡିଶା

odisha

By

Published : May 15, 2023, 5:34 PM IST

Updated : May 15, 2023, 5:45 PM IST

ETV Bharat / state

ଦିନ ଦ୍ବିପ୍ରହରେ ସୁନା ଦୋକାନରେ ଡକାୟତି, ୧୫କୋଟିର ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ଆଜି ଅପରାହ୍ନ ୨ଟାରେ ଯାଜପୁର ବ୍ୟାସନଗର ସ୍ଥିତ ଏକ ସୁନା ଦୋକାନରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୧୫କୋଟି ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Etv Bharat
Etv Bharat

୧୫କୋଟିର ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ

ଯାଜପୁର:ଜିଲ୍ଲାର ଜିଲ୍ଲା ବ୍ୟାସନଗର ସ୍ଥିତ ଷ୍ଟେଟବ୍ୟାଙ୍କ ନିକଟ ସିନକୋ ସୁନାଗହଣା ଦୋକାନରୁ ବଡଧରଣର ଡକାୟତି । ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ସୁନା ଶୋ' ରୁମ୍‌ରୁ ବନ୍ଧୁକ ଦେଖାଇ ଲୁଟି ନେଲେ ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା । ଏହାସହ ଶୋ' ରୁମ୍‌ର କର୍ମଚାରୀମାନଙ୍କୁ ମାଡ଼ ମାରିବା ସହିତ ମଧ୍ୟ ଅଭିଯୋଗ ହୋଇଛି । ପ୍ରାୟ ୭ ଜଣ ଦୁର୍ବୃତ୍ତ ହଠାତ ଏପରି ଆତଙ୍କ ଖେଳାଇ ଲୁଟପାଟ କରିଥିବା ସୂଚନା ମିଳିଛି ।

ଆଜି ଅପରାହ୍ନରେ ଯାଜପୁର ରୋଡ ଥାନା ବ୍ୟାସନଗର ସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ସ୍ଥିତ ସେନକୋ ସୁନାଗହଣା ଦୋକାନରେ ଏଭଳି ଲୁଟପାଟ୍‌ ହୋଇଛି । ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ ୨ଜଣ ଯୁବକ ଗ୍ରାହକ ବେଶରେ ଆସି ଦୋକାନ ଭିତରେ ପଶିଥିଲେ । ଦୋକାନ ଭିତରେ ପଶିବାର କିଛି ସମୟ ପରେ ଏହି ଯୁବକ ୨ ଜଣ ଫୋନ କରି ଆଉ ୫ ଜଣ ଯୁବକଙ୍କୁ ଶୋ' ରୁମ ଭିତରକୁ ଫୋନ କରି ଡାକିଥିଲେ । ଏହାପରେ ସେହି ଯୁବକମାନେ ମାରଣାସ୍ତ୍ର ଧରି ଦୋକାନ ଭିତରକୁ ପ୍ରବେଶ କରିଥିଲେ । ଦୀର୍ଘ ୪୫ ମିନିଟ ଧରି ଶୋ' ରୁମ ଭିତରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ସମସ୍ତ ଗହଣା ଲୁଟି ନେଇଥିଲେ ।

ଏହା ବି ପଢନ୍ତୁ- Maoists call Bandh: 7 ଜିଲ୍ଲାରେ ଲାଲବାହିନୀର ବନ୍ଦ ଡାକରା, ଗଛ ପକାଇ ରାସ୍ତା ଅବରୋଧ

ସହରରେ ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୫ କୋଟିରୁ ଊର୍ଦ୍ଧ ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାପଡ଼ିଛି। ଏହି ଡକାୟତମାନେ ଶୋ' ରୁମର କର୍ମଚାରୀମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ହାତ ବାନ୍ଧି ବନ୍ଧୁକରେ ଭୟଭୀତ କରିଥିବାବେଳେ କିଛି ‌ଲୁଟେରା ପୁରା ‌ଶୋ' ରୁମ୍‌ରେ କଳାକନା ବୁଲାଇ ଦେଇଥିଲେ । ପ୍ରାୟ ୧୭ କେଜିରୁ ଊର୍ଦ୍ଧ ସୁନା ସହ ହୀରା ଅଳଙ୍କାର ନେଇ ଦୁର୍ବୃତ୍ତମାନେ ଫେରାର ହେଇଯାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଏହି ସମୟରେ ଶୋ' ରୁମରେ ସୁନା କିଣିବାକୁ ଆସିଥିବା ୨ ଜଣ ଗ୍ରାହକଙ୍କୁ ମଧ୍ୟ ମାଡ ମାରିବା ସହ ତାଙ୍କ ମୋବାଇଲ ଛଡାଇନେଇ ଥିଲେ ଏହି ଦୁର୍ବୃତ୍ତ ।

ଖବର ପାଇ ଯାଜପୁର ଏସପି ଭିନିତ ଅଗ୍ରୱାଲ, ଏସଡିପିଓ ସଞ୍ଜୟ ପଟ୍ଟନାୟକ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ପ୍ରଥମ ଥର ପାଇଁ ବ୍ୟାସନଗର ଅଞ୍ଚଳରେ ଏତେ ବଡ଼ ଧରଣର ଡକାୟତିକୁ ନେଇ ପୁରା ସହରବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ସମସ୍ତ ଅଭିଯୁକ୍ତ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ବାହାର ରାଜ୍ୟର ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ, ଯାଜପୁର

Last Updated : May 15, 2023, 5:45 PM IST

ABOUT THE AUTHOR

...view details