ଓଡିଶା

odisha

ETV Bharat / state

8 ବର୍ଷ ପରେ ସୁକିନ୍ଦାରେ ପହଞ୍ଚିଲା ରେଙ୍ଗାଲି ପାଣି, ଉପକୃତ ହେବେ ଚାଷୀ - ରେଙ୍ଗାଲି କେନାଲ ଖବର

ଏଥର ହସିବ ଫସଲ । ସାକାର ହେଲା ଚାଷୀଙ୍କ ସ୍ବପ୍ନ । ଚାଷଜମିକୁ ମାଡ଼ିଲା ରେଙ୍ଗାଲି କେନାଲ ପାଣି । ଆଉ ଚାଷ କାର୍ଯ୍ୟରେ ଉପୁଜିବନି ଜଳ ସମସ୍ୟା। ଉପକୃତ ହେବେ ହଜାର ହଜାର ଚାଷୀ । ଅଧିକ ପଢ଼ନ୍ତୁ...

ସୁକିନ୍ଦାରେ ପହଁଚିଲା ରେଙ୍ଗାଲି କେନାଲ ପାଣି, ଚାଷ ଜମି ହେବ ଜଳସେଚିତ
ସୁକିନ୍ଦାରେ ପହଁଚିଲା ରେଙ୍ଗାଲି କେନାଲ ପାଣି, ଚାଷ ଜମି ହେବ ଜଳସେଚିତ

By

Published : Jul 16, 2021, 7:29 AM IST

ଯାଜପୁର:ଏଥର ହସିବ ଫସଲ । ସାକାର ହେଲା ଚାଷୀଙ୍କ ସ୍ବପ୍ନ । ଚାଷଜମିକୁ ମାଡ଼ିଲା ରେଙ୍ଗାଲି କେନାଲ ପାଣି । ଆଉ ଚାଷ କାର୍ଯ୍ୟରେ ଉପୁଜିବନି ଜଳ ସମସ୍ୟା। ଉପକୃତ ହେବେ ହଜାର ହଜାର ଚାଷୀ । ରାଜ୍ୟ ସରକାରଙ୍କ ଉଦ୍ୟମରେ ଗୁରୁବାର ରେଙ୍ଗାଲି ବାମ ପାର୍ଶ୍ଵ କେନାଲରୁ ପ୍ରଥମଥର ପାଇଁ ପାଣି ଛଡାଯାଇଛି । ଯାଜପୁର ସୁକିନ୍ଦା ବ୍ଲକ ବନ୍ଧୁଗାଁ ନିକଟରେ ଏହାର ଉଦଘାଟନ କରି ଶୁଭାରମ୍ଭ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ । ଏହି କେନାଲ ଦ୍ଵାରା ସୁକିନ୍ଦା, ଦାନଗଦୀ ଓ କୋରାଇ ବ୍ଲକର ହଜାର ହଜାର ଚାଷୀ ଉପକୃତ ହେବେ । ଜଳସେଚିତ ହୋଇପାରିବ ହଜାର ହଜାର ଏକର ଚାଷଜମି । ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଚାଷୀ।

ସୁକିନ୍ଦାରେ ପହଁଚିଲା ରେଙ୍ଗାଲି କେନାଲ ପାଣି, ଚାଷ ଜମି ହେବ ଜଳସେଚିତ

ଦୀର୍ଘ ଦିନର‌ ଅପେକ୍ଷା ପରେ ଶେଷରେ ଗୁରୁବାର ରେଙ୍ଗାଲି ପ୍ରକଳ୍ପରୁ ଯାଜପୁର ବିଭିନ୍ନ ବ୍ଲକ ଚାଷଜମିକୁ ଜଳ ସେଚନ ବ୍ୟବସ୍ଥା ହୋଇ ପାରିଛି । ୩ଟି ଡିଷ୍ଟ୍ରିବ୍ୟୁଟେରୀ ଓ ୯ଟି ମାଇନର୍ କେନାଲ ଯୋଗେ ଏହି ଜଳ ଯୋଗାଣ କରାଯାଇଛି । ଯେଉଁଥିରେ ପ୍ରାୟ ୧୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ପାଣି ମାଡ଼ି ପାରିବ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧଗାଁରେ ଆଜି ଏହାକ ଉଦଘାଟନ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୩ ମସିହା ଜାନୁଆରୀ ୫ ତାରିଖରେ ରେଙ୍ଗାଲି ମେଗା ପ୍ରକଳ୍ପର ୨୯ କିଲୋମିଟର ଅର୍ଥାତ୍ ଯାଜପୁର ଜିଲ୍ଲା ସିମାନ୍ତ ସୁକିନ୍ଦା ବ୍ଲକ ବରଗଜି ଗ୍ରାମରୁ ସଂସାଇଲୋ ପର୍ଯ୍ୟନ୍ତ ରେଙ୍ଗାଲି ମୁଖ୍ୟ କେନାଲ ଖନନ ପାଇଁ ଶୁଭ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠି ଓ ଜାପାନର ଜାଇକା ସଂସ୍ଥାର ସହଯୋଗରେ ରେଙ୍ଗାଲି ଡ୍ୟାମର ପାଣି ଢ଼େଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ୯୭,୪୦୦ ଏକର ଜମିରେ ପହଞ୍ଚାଇବା ପାଇଁ ୨୨ ଶହ ୫୫ କୋଟି ୧୫ ଲକ୍ଷର ବ୍ୟୟ ବରାଦ କରାଯାଇଥିଲା।

ତେବେ ଦୀର୍ଘ ୮ ବର୍ଷ ପରେ ରେଙ୍ଗାଲି କେନାଲରୁ ପାଣି ଛଡ଼ା ଯାଇଛି । ଫଳରେ ଚାଷୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ସୁକିନ୍ଦା, କୁହିକା ଓ ଦାମୋଦରପୁର ଡିଷ୍ଟ୍ରିବ୍ୟୁଟେରୀ ସହିତ ଭାଲୁକିପାତାଳି, କାଦୁଅବନ୍ଦୀ, ଜେମାଦେଈପୁର ଓ ନୂଆଡିହ ପରି ପ୍ରାୟ ୯ ଟି ମାଇନର୍ କେନାଲ ଯୋଗେ ଜଳ ଯୋଗାଣ କରାଯାଇଛି । ସୁକିନ୍ଦା ଡିଷ୍ଟ୍ରିବ୍ୟୁରେରୀର ସିଂହଭାଗ ଜଳ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳକୁ ମାଡିବ।

ଅନ୍ୟ ସମସ୍ତ ଡିଷ୍ଟ୍ରିବ୍ୟୁଟେରୀ ଓ ମାଇନର୍ କେନାଲର ଜଳ ସମ୍ପୁର୍ଣ୍ଣ ଭାବେ ସୁକିନ୍ଦା ଅଞ୍ଚଳର ଚାଷ ଜମିରେ ପହଞ୍ଚିବ । ତେବେ ପରବର୍ତ୍ତୀ ସମୟରେ ସୁକିନ୍ଦା, ଦାନଗଦୀ ଓ କୋରାଇ ବ୍ଲକର ଅନ୍ୟ ପଞ୍ଚାୟତ ହେବ ଜଳସେଚିତ। ଚାଷୀମାନେ ଯେପରି କେବଳ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ନହେବେ, ସେଥିପାଇଁ ଜଳସେଚନକୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ପ୍ରତିବର୍ଷ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details