ଓଡିଶା

odisha

ETV Bharat / state

ବଦଳିବ ଯାଜପୁର କେନ୍ଦୁଝର ରୋଡ ରେଳଷ୍ଟେସନ ନାଁ - ଜିଲାପାଳଙ୍କ କାର୍ଯ୍ୟାଳୟ

ଯାଜପୁର ରେଳବାଇ ଷ୍ଟେସନର ନାମ ପରିବର୍ତ୍ତନ ହେବ । ଏନେଇ ରେଳ ବିଭାଗ ପକ୍ଷରୁ ନାମ ପରିବର୍ତନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ମତାମତ ଲୋଡାଯାଇଛି । ଜିଲା ପ୍ରଶାସନ ଏକ ବୈଠକ କରି ବିଭିନ୍ନ ବୁଦ୍ଧିଜୀବୀଙ୍କ ଠାରୁ ମତାମତ ନେଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଯାଜପୁର

By

Published : Sep 20, 2019, 9:05 PM IST

ଯାଜପୁର: ବଦଳିବ ଯାଜପୁର କେନ୍ଦୁଝର ରୋଡ ରେଳଷ୍ଟେସନର ନାଁ । ଯାଜପୁର ଜିଲାର ଏହି ପ୍ରମୁଖ ରେଳଷ୍ଟେସନର ନାଁ ପରିବର୍ତନ ହୋଇ ଏହା ଯାଜପୁରରୋଡ ହେବ । ପୂର୍ବରୁ ଏହି ରେଳଷ୍ଟେସନ ଉପରେ ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଲାବାସୀ ନିର୍ଭର କରୁଥିଲେ । ତେଣୁ ଏହାର ନାଁ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ରହିଥିଲା । କିନ୍ତୁ ଏବେ କେନ୍ଦୁଝର ଜିଲାକୁ ରେଳ ସଂଯୋଗ ହୋଇଛି । ଏକ ନୂତନ ଷ୍ଟେସନ କେନ୍ଦୁଝର ରୋଡ ନାଁରେ ନାମିତ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଯାଜପୁର

ଏଥିପାଇଁ ଯାଜପୁର ରେଳଷ୍ଟେସନର ନାଁ ପରିବର୍ତନ କରିବାକୁ ନିଷ୍ପତି ନେଇଛି ପୂର୍ବତଟ ରେଳବିଭାଗ । ଏନେଇ ରେଳ ମନ୍ତ୍ରଣାଳୟ ଯାଜପୁର ଜିଲା ପ୍ରଶାସନ ଠାରୁ ଷ୍ଟେସନର ନାଁ ପରିବର୍ତନ ପାଇଁ ମତାମତ ଲୋଡିଥିଲା । ଜିଲା ପ୍ରଶାସନ ପକ୍ଷରୁ ଷ୍ଟେସନ ଅଞ୍ଚଳର ବିଭିନ୍ନ ବୁଦ୍ଧିଜୀବୀ ମାନଙ୍କ ଠାରୁ ମତାମତ ନିଆଯାଇଛି । ଜିଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଷ୍ଟେସନର ନାମ ପରିବର୍ତନ କରିବା ନେଇ ହୋଇଛି । ଏହାକୁ ନୂତନ ଭାବେ 'ଯାଜପୁରରୋଡ' କରିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଛି। ଏହି ଷ୍ଟେସନ ନାମ ପରିବର୍ତନ ରିପୋର୍ଟକୁ ଜିଲାପ୍ରଶାସନ ପକ୍ଷରୁ ରେଳବିଭାଗକୁ ପ୍ରଦାନ କରାଯିବ। ନୂତନ ରେଳଷ୍ଟେସନର ନାମ ରେଳବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details