ଯାଜପୁର: କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ ମଙ୍ଗଳବାର ଦିନିକିଆ ଜିଲ୍ଲା ଗସ୍ତରେ ଆସିଥିଲେ। ସଚିବ ପ୍ରଥମେ ବ୍ୟାସନଗର ପୌରପାଳିକା କାର୍ଯ୍ୟାଳୟ ଯାଇ ସେଠାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।
ଯାଜପୁର ଗସ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ସଚିବ - ଆରଡିସିଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ
ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ପୌରପାଳିକା କାର୍ଯ୍ୟାଳୟ ଯାଇ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ସଚିବ। ଅଧିକ ପଢ଼ନ୍ତୁ...
ଯାଜପୁର ଗସ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ସଚିବ
ପୌରପାଳିକା ପରେ ସଚିବ ବ୍ୟାସନଗରରେ ଥିବା ଆହାର କେନ୍ଦ୍ରକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏଥିରେ ସେ ସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ସହିତ କଳିଙ୍ଗନଗର ଅତରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ