ଓଡିଶା

odisha

ETV Bharat / state

ଯାଜପୁରରେ ସରିଲା ରଥଯାତ୍ରା - jajpur

ଜଗନ୍ନାଥଙ୍କ ଜୟଜୟକାରରେ ପ୍ରକ୍ବମ୍ପିତ ଆଜି ସାରା ବିଶ୍ବ । ଯାଜପୁରର ବିଭିନ୍ନ ସ୍ଥାନରେ ମଧ୍ୟ ମହାଆଡମ୍ବରରେ ପାଳିତ ହୋଇଛି ରଥଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jul 4, 2019, 9:31 PM IST

ଯାଜପୁର: ରଥଯାତ୍ରା ଅବସରରେ ଉଛୁଳୁଛି ସାରା ଓଡିଶା । ଜଗନ୍ନାଥ ନାମ କୀର୍ତ୍ତନରେ ବିଭୋର ଭକ୍ତଗଣ । ଯାଜପୁରରେ ମଧ୍ୟ ମହାଆଡମ୍ବରରେ ସମ୍ପନ୍ନ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର ଜିଲ୍ଲାର 10ଟି ବ୍ଳକ ଆଉ 2ଟି ପୌରାଞ୍ଚଳରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରଥଟଣା ହୋଇଛି । ଵିଶେଷ କରି ଜିଲ୍ଲାର ଛତିଆ, ସୁକିନ୍ଦା, ଯାଜପୁର ,ଗଡ଼ମଧୁପୁର ଆଉ ବ୍ୟାସନଗର ଜଗନ୍ନାଥ ମନ୍ଦିରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ରଥଟଣା କାର୍ଯ୍ୟକ୍ରମ ।

ସେହିପରି ବ୍ୟାସନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂର୍ବତନ କାଉନ୍ସିଲର ସୌମେନ୍ଦ୍ର ରାଉତ ଛେରାପହଁରା କାର୍ଯ୍ୟ ଆରମ୍ଭ ପରେ ରଥଟଣା ଆରମ୍ଭ ହୋଇଥିଲା । ଏହି ରଥଟଣା ଉତ୍ସବରେ ପୌରାଞ୍ଚଳର ୧0 ହଜାରରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇ ରଥ ଟାଣିଥିଲେ ।


ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details