ଓଡିଶା

odisha

ETV Bharat / state

ପଞ୍ଚାୟତରେ ମିଶିବା ଦାବି କରି ଭୋଟ ବର୍ଜନ କଲା ବାଉଁଶଅଣ୍ଟା ଗାଁ - jajpur vote boycott news

ଜାବରା ପଞ୍ଚାୟତରେ ବାଉଁଶଅଣ୍ଟା ଗ୍ରାମକୁ ଅନ୍ତର୍ଭୁକ୍ତ କରିବାକୁ ଦାବିକରି ଭୋଟ ବର୍ଜନ କଲେ ୩ ଶହରୁ ଊର୍ଦ୍ଧ୍ବ ମତଦାତା । ଅଧିକ ପଢନ୍ତୁ

ବାଉଁଶଅଣ୍ଟା ଗାଁରେ ଭୋଟର ବର୍ଜନ କଲେ ୩ଶହରୁ ଉର୍ଦ୍ଧ୍ବ ମତଦାଟା
ବାଉଁଶଅଣ୍ଟା ଗାଁରେ ଭୋଟର ବର୍ଜନ କଲେ ୩ଶହରୁ ଉର୍ଦ୍ଧ୍ବ ମତଦାଟା

By

Published : Feb 24, 2022, 1:38 PM IST

ଯାଜପୁର: ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ । ଭୋଟ ବର୍ଜନ କଲେ ରସୁଲପୁର ବ୍ଲକର ବାଉଁଶଅଣ୍ଟା ଗ୍ରାମର ୩ ଶହରୁ ଊର୍ଦ୍ଧ୍ବ ମତଦାତା । ଶ୍ରୀବନ୍ତପୁର ପଞ୍ଚାୟତର 18 ଏବଂ 19ନଂ ବୁଥରେ ଭୋଟବର୍ଜନ କରିଛନ୍ତି ଗ୍ରାମବାସୀ । ଏହି ଦୁଇଟି ବୁଥର ମୋଟ ଭୋଟର ସଂଖ୍ୟା 408 ଥିବାବେଳେ ବାଉଁଶଅଣ୍ଟା ପ୍ରାଥମିକ ସ୍କୁଲରେ ଏହି ବୁଥ୍ ଦୁଇଟି ପରିଚାଳିତ ହେଉଛି ।

ସକାଳ 7ଟାରୁ ଭୋଟଗ୍ରହଣ ପାଇଁ ଖୋଲାଯାଇଥିଲା ବୁଥ୍ । ମାତ୍ର ଦୁଇଟି ଯାକ ବୁଥ୍ ଦୀର୍ଘ ପ୍ରାୟ 3ରୁ 4ଘଣ୍ଟା କାଳ ବନ୍ଦ ରହିଥିଲା। ଏହି ଗାଁର ଲୋକେ ନିକଟସ୍ଥ ଜାବରା ପଞ୍ଚାୟତରେ ଗାଁକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରି ଚଳିତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ସୂଚନା ମୁତାବକ ପୂର୍ବରୁ ମଧ୍ୟ ଏହି ଗାଁଟି ଜାବରା ପଞ୍ଚାୟତରେ ସାମିଲ ଥିଲା । ଏବେ ଏହି ଗାଁଟି ଶ୍ରୀବନ୍ତପୁର ପଞ୍ଚାୟତରେ ସାମିଲ ଥିବାରୁ ଏହି ଗ୍ରାମବାସୀ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହୋଇଆସିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details