ଯାଜପୁର:ବିରଳ ପ୍ରଜାତିର କଇଁଛ ଉଦ୍ଧାର । ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ତରପଦା ଗ୍ରାମରୁ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି(turtle rescued from Tarapada village ) । ଯାଜପୁର ରୋଡ ବନ ବିଭାଗ ଦ୍ୱାରା କଇଁଛଟିକୁ ଉଦ୍ଧାର କରାଯାଇଥିବା ବେଳେ ବାରଙ୍ଗ ସ୍ଥିତ ନନ୍ଦନକାନକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ତରପଦା ଗ୍ରାମରେ ଏକ ବିରଳ ପ୍ରଜାତିର କଇଁଛ ବୁଲୁଥିବାରୁ ଖବର ପାଇଥିଲେ କଟକ ଡିଏଫଓ ଡ଼ ସଞ୍ଜୟ କୁମାର ସ୍ୱାଇଁ । ଏହାପରେ ତୁରନ୍ତ କଇଁଛଟିକୁ ଉଦ୍ଧାର କରିବାକୁ ଯାଜପୁର ରୋଡ ରେଞ୍ଜର ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରେଞ୍ଜର ଜ୍ୟୋତିରଞ୍ଜନ ନିର୍ଦ୍ଦେଶ ପାଇବା ପରେ ତରପଦା ଗ୍ରାମକୁ ଯାଇ କଇଁଛଟିକୁ ଉଦ୍ଧାର କରି ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ l ତେବେ କଇଁଛଟି କେଉଁଠୁ ଏବଂ କିପରି ଏହି ଗ୍ରାମକୁ ଆସିଲା ତାହା ତଦନ୍ତ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:ବିରଳ ପ୍ରଜାତିର କଇଁଛ ଉଦ୍ଧାର, ନିକଟସ୍ଥ ନଦୀରେ ଛାଡିଲା ବନବିଭାଗ