ଯାଜପୁର: କଳୁଷିତ ହେଲା ବାପା-ଝିଅ ସମ୍ପର୍କ । ସ୍ତ୍ରୀର ଅନୁପସ୍ଥିତିରେ ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ । ଏଭଳି ଲଜ୍ଜାକର ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ । ସେପଟେ ଅଭିଯୁକ୍ତ ବାପା ରବିନ୍ଦ୍ର ସେଠୀକୁ ଗିରଫ କରିଛି ସୁକିନ୍ଦା ପୋଲିସ ।
ସୂଚନାଯୋଗ୍ୟ, ଘରେ କେହି ନଥିବା ସମୟରେ ମଦ୍ୟପାନ କରି ରବିନ୍ଦ୍ର ନିଜ ପ୍ରଥମ ପତ୍ନୀର ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅଭିଯୁକ୍ତର ଦ୍ବିତୀୟ ସ୍ତ୍ରୀ ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ସୁକିନ୍ଦା ଡିସିପିଓ ଖବର ଦେଇଥିଲେ । ଏନେଇ ସିଡିପିଓ ଜିଲ୍ଲା ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଜଣାଇଥିଲେ । ଏଥିସହ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।