ଓଡିଶା

odisha

By

Published : Mar 25, 2021, 8:40 PM IST

ETV Bharat / state

କଳିଙ୍ଗନଗରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଯାଜପୁର କଳିଙ୍ଗନଗରରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମକାରୀ ମଧ୍ୟ ଏକ ନାବାଳକ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

କଳିଙ୍ଗନଗରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
କଳିଙ୍ଗନଗରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଯାଜପୁର:ଜିଲ୍ଲାର କଳିଙ୍ଗନଗରରେ ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗତ 19 ତାରିଖ ଅପରାହ୍ନ ସମୟରେ ଏହି ଦୁଷ୍କର୍ମ ଘଟିଥିବା କଳିଙ୍ଗନଗର ଥାନା ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟିରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ କଳିଙ୍ଗ ନଗର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ସହ ଉଭୟଙ୍କ ମେଡ଼ିକାଲ ଟେଷ୍ଟ କରାଇଛି ।

ଅଭିଯୁକ୍ତ ମଧ୍ୟ ଜଣେ ନାବାଳକ ହୋଇଥିବାରୁ ତାକୁ ଅନୁଗୁଳସ୍ଥିତ ଜୁଭେନଇଲ ସେଣ୍ଟରକୁ ପଠାଇ ଦିଆଯାଇଛି । ପୂର୍ବରୁ ଉକ୍ତ ଅଭିଯୁକ୍ତ ସମ୍ପୃକ୍ତ ନାବଳିକାର ବଡ଼ ଭଉଣୀକୁ ଟଣାଓଟରା କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ଅଧିକ ଅନୁସନ୍ଧାନ କରୁଛି । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details