ଓଡିଶା

odisha

Raja Festival: ରଜରେ ପ୍ରଭୁ ରାମ, ମା’ ସୀତାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ, ଜାଣନ୍ତୁ ରାମରଜା ପର୍ବର ଇତିହାସ

By

Published : Jun 15, 2023, 7:21 PM IST

Updated : Jun 15, 2023, 8:16 PM IST

ଯାଜପୁରରେ ରଜ ସାଙ୍ଗକୁ ରାମରଜା ପର୍ବ ଆରମ୍ଭ ହୋଇଛି । ପ୍ରାୟ ୮ଟି ମଣ୍ଡପରେ ରାମଚନ୍ଦ୍ର ମହାପ୍ରଭୁଙ୍କ ସହ ଦେବୀ ସୀତା, ଭ୍ରାତା ଲକ୍ଷ୍ଣଣ ଓ ଭକ୍ତ ହନୁମାନଙ୍କ ମାଟିମୂର୍ତ୍ତି ପୂଜା ପାଉଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

Raja Festival: ରଜରେ ପ୍ରଭୁ ରାମ, ମା’ ସୀତାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ, ଜାଣନ୍ତୁ ରାମରଜା ପର୍ବର ଇତିହାସ

ଯାଜପୁର:ଆଜି ହେଉଛି ରଜର ଦ୍ବିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଓଡ଼ିଶାରେ ରଜପର୍ବ ହେଉଛି ଏକ ମୁଖ୍ୟ ପର୍ବ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାର କୋଣ ଅନୁକୋଣରେ ପାଳିତ ହୁଏ ଏହି ଉତ୍ସବ । ମାତ୍ର ସାରା ଓଡ଼ିଶାରେ ରଜରେ ଦୋଳି, କବାଡି, ଲୁଡୁ ତାସ ଖେଳ ସାଙ୍ଗକୁ ପିଠା ପଣାରେ ରଜ ପାଳିତ ହେଉଥାଏ l ଯାଜପୁରର ଶ୍ରୀବନ୍ତପୁର ଓ ତାର ଆଖପାଖ ଅଞ୍ଚଳରେ ନିଆରା ଢଙ୍ଗରେ ପାଳିତ ହୁଏ ରାମରଜା ପର୍ବ । ଆଜି ଦ୍ବିତୀୟ ଦିନରେ ଏହି ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ କରାଯାଇ ମଣ୍ଡପ ମାନଙ୍କରେ ଚାଲିଛି ପୂଜାର୍ଚ୍ଚନା । ନଦୀକୂଳ ପରିବେଶରେ ରାମରଜା ଦେଖିବାକୁ ବେଶ ଭିଡ ଜମୁଛି ।

ରାମରଜା ପର୍ବ ଆରମ୍ଭ

୧୯୦୫ ମସିହାରେ ଶ୍ରୀବନ୍ତପୁର ମଝିସାହିରେ ରଜର ଦ୍ୱିତୀୟ ଦିନରେ ଆରମ୍ଭ ହୋଇଥିଲା ରାମରଜା ପର୍ବ । ଦୀର୍ଘ ୧୧୮ ବର୍ଷ ଧରି ପାଳିତ ହେଉଥିବା ଏହି ଉତ୍ସବ ପାଳନର ପୂଜାର୍ଚ୍ଚନା କିଛି ନିଆରା । ଗ୍ରାମବାସୀଙ୍କ କହିବା କଥା ଆଜକୁ ୧୧୮ ବର୍ଷ ତଳେ ବ୍ରିଟିଶ ଶାସନ କାଳରେ ଗାଁର କିଛି ଲୋକ ସୁଦୂର କଲିକତାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ l ତେବେ ଏହି ଶ୍ରମିକମାନେ କାର୍ଯ୍ୟରୁ କିଛି ସମୟ ବାହାର କରି ଥରେ କେତେକ ଶ୍ରମିକ କଲିକତାର ରାମରଜା ସ୍ଥଳକୁ ଠାକୁର ଦେଖି ଯାଇଥିଲେ । ଅଜାଣତରେ ସେଠାରେ ଥିବା ଏକ ନିଷିଦ୍ଧ ଅଞ୍ଚଳରେ ସେମାନେ ପ୍ରବେଶ କରି ବ୍ରିଟିଶ ପୋଲିସର ନଜରରେ ପଡିଥିଲେ । ବ୍ରିଟିଶ ବାଲାଙ୍କ କଠୋର ଦଣ୍ଡବିଧାନ ଆଇନୀ ଭୟରେ ଏହି ଓଡିଆ ଶ୍ରମିକମାନେ ଭୟଭୀତ ହୋଇପଡିଥିଲେ । ସେହି ମୁହୁର୍ତ୍ତରେ ସେମାନେ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି ଏହି ବିପଦରୁ ଉଦ୍ଧାର ପାଇଥିଲେ ।

ରାମରଜା ପର୍ବ ଆରମ୍ଭ

ଏହା ବି ପଢନ୍ତୁ- Raja Sankranti: ରଜ ସଂକ୍ରାନ୍ତି ସେଲିବ୍ରେସନରେ ମସଗୁଲ କଟକିଆ

ତେବେ ପ୍ରଭୁ ରାମଙ୍କ ଯୋଗୁଁ ଏକ ବଡ଼ ବିପଦରୁ ମୁକୁଳି ଥିବାରୁ ଏହି ଶ୍ରମିକମାନେ ମାନସିକ ରକ୍ଷା କରି ସେଠାରୁ ମାଟି ଆଣି ସେହି ବର୍ଷ ଠାରୁ ଗାଁରେ ଆରମ୍ଭ କରିଥିଲେ ରାମରଜା ପର୍ବ । ପରେ ଏହା ଆଖପାଖ ଗାଁକୁ ବ୍ୟାପିବା ସହ ଏକ ବିରାଟ ମହୋତ୍ସବରେ ପରିଣତ ହୋଇଛି । ତେବେ ଚଳିତ ବର୍ଷ ଏହି ଅଞ୍ଚଳ ୮ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ରାମ ସୀତା । ପ୍ରାକୃତିକର ସୌନ୍ଦର୍ଯ୍ୟଭରା ବ୍ରାହ୍ନଣୀ ଶାଖା ଖରସ୍ରୋତା ନଦୀତଟରେ ଚାଲିଛି ରାମରଜା ପର୍ବ । ପ୍ରତିବର୍ଷ ଏଥିପାଇଁ ଏହି ନଦୀକୂଳ ଅଞ୍ଚଳ ରଜ ତିନିଦିନ ହୋଇଉଠେ ଉତ୍ସବ ମୁଖର । ଏହି ସମୟରେ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କଲେ ଯାହା ମନସ୍କାମନା କଲେ ଫଳପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ବଙ୍ଗୀୟ ଠାଣି ଏବଂ ଓଡ଼ିଆ ବୈଦିକ ରୀତିନୀତିରେ ପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ କରାଯାଇ ଗୋଟିଏ ସ୍ଥାନରେ ରାମ, ଲକ୍ଷ୍ଣଣ, ସୀତା ଓ ହନୁମାନଙ୍କର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି ।

ପ୍ରାୟ ୮ଟି ମଣ୍ଡପରେ ରାମଚନ୍ଦ୍ର ମହାପ୍ରଭୁଙ୍କ ସହ ଦେବୀ ସୀତା, ଭ୍ରାତା ଲକ୍ଷ୍ଣଣ ଓ ଭକ୍ତ ହନୁମାନଙ୍କ ମାଟିମୂର୍ତ୍ତି ପୂଜା ପାଉଛନ୍ତି । ଝିଅମାନେ ରଜଦୋଳି ଖେଳିବା ସହିତ ରାମରଜା ବୁଲି ଉତ୍ସବର ମଜା ନେଉଛନ୍ତି । ପ୍ରଥମେ ଶ୍ରୀବନ୍ତପୁର ଗାଁର ମଝିସାହିରୁ ଆରମ୍ଭ ହୋଇଥିବା ଏହି ରାମରଜା ଉତ୍ସବ ଏବେ ଆଖପାଖ ଅଞ୍ଚଳକୁ ବ୍ୟାପିଛି । ଶ୍ରୀବନ୍ତପୁର, ବାରଡାଙ୍ଗୀ, ଭଗତଭଗବାନପୁର, ଆନନ୍ଦବଜାର, ବାଗଡିଆଁ ପ୍ରଭ୍ରୁତି ୮ଟି ସ୍ଥାନରେ ପାଳିତ ହେଉଛି ଏହି ନିଆରା ପର୍ବ । ସତରେ ରଜ ସାଙ୍ଗକୁ ରାମରଜା ପର୍ବ ବେଶ ଜମୁଛି । ଝିଅବୋହୂ ଓ ତରୁଣ ତରୁଣୀ ରାମରଜା ବୁଲି ରଜର ମଜା ନେଉଛନ୍ତି । ତେବେ ଯେକୌଣସି ମନସ୍କାମନା ପୁରା ହେବା ବିଶ୍ୱାସ ରଖି ଏହି ସ୍ଥାନରେ ପ୍ରଭୁ ରାମ, ସୀତାଙ୍କ ଦର୍ଶନ ପାଇଁ ଜିଲ୍ଲା ଯଥା ଜିଲ୍ଲା ବାହାରୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି l

ଇଟିଭି ଭାରତ, ଯାଜପୁର

Last Updated : Jun 15, 2023, 8:16 PM IST

ABOUT THE AUTHOR

...view details