ଯାଜପୁର: ଓଡ଼ିଶାର ଗଣ ପର୍ବ ରଜ । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ପାଳିତ ହେଉଛି ରଜ । ରଜ ସାଧାରଣତଃ ଝିଅ ମାନଙ୍କ ପର୍ବ ହୋଇଥିବା ବେଳେ ଝିଅ ମାନେ ଘରକୁ ଘର ବୁଲି ରଜ ପିଠା ଖାଇଥାନ୍ତି। ଏଥି ସହିତ ବିଭିନ୍ନ ପ୍ରକାରର ଖେଳରେ ମସଗୁଲ ଥାଆନ୍ତି । ମାତ୍ର ଏଥର କରୋନା ସଂକ୍ରମଣ ଡରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତେକ ଜିଲ୍ଲାରେ ଲକଡାଉନ ଜାରି ରହିଛି।
କୋଭିଡ କଟକଣା ମଧ୍ୟରେ ସନ୍ତରା ଗାଁରେ ପାଳିତ ହେଉଛି ରଜ - Raja odisha
କୋଭିଡ କଟକଣା ଭିତରେ ବ୍ୟାସନଗର ସହରର ସନ୍ତରା ଗାଁରେ ରଜ ପାଳିତ,ଘରକୁଘର ବୁଲି ନପାରି ଯୁବତୀ ମନରେ ଦୁଃଖ । ଅଧିକ ପଢନ୍ତୁ...
କୋଭିଡ କଟକଣା ମଧ୍ୟରେ ସନ୍ତରା ଗାଁରେ ପାଳିତ ହେଉଛି ରଜ
ତେବେ ଗତକାଲି ପହିଲି ରଜ ଥିବା ବେଳେ ଆଜି ରଜ ସଂକ୍ରାନ୍ତି । ଆଜିର ଦିନରେ କୋରୋନା କଟକଣା ମଧ୍ୟରେ ବ୍ୟାସନଗର ସହରର ସନ୍ତରା ଗାଁରେ ପାଳିତ ହୋଉଛି ରଜ । କୋରୋନା କଟକଣା ଯଗୁ ବାହାରେ ବେସି ବୁଲା ବୁଲି ନକରି ନିଜ ପରିବାର ସହ ରଜ ପାଳୁଛନ୍ତି କୁଆଁରି ଝିଅ। ମନରେ ଦୁଃଖ ଥିଲେବି ସମସ୍ତେ କୋଭିଡ କଟକଣାକୁ ମାନୁ ଥିବା ଦେଖିବାକୁ ମିଳିଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ