ଓଡିଶା

odisha

ETV Bharat / state

ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ: ଜେଲ୍ ଭିତରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା - Quarentine hall

ଜେଲ୍ ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ବିଚାରାଧିନ କଏଦୀ । ଅଧିକ ପଢନ୍ତୁ...

ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ: ଜେଲ୍ ଭିତରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା
ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ: ଜେଲ୍ ଭିତରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

By

Published : Jun 22, 2021, 7:21 PM IST

ଯାଜପୁର: ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି ବିଚାରାଧୀନ କଏଦୀ l ଏକ ଚୋରି ଘଟଣାରେ ଚଳିତ ମାସ 13 ତାରିଖରେ ଏକ ବାଇକ୍ ଚୋରି ଘଟଣାରେ ବରୀ ପୋଲିସ୍ ଦ୍ବାରା ଗିରଫ ହୋଇ ଜେଲ ଯାଇଥିଲା । ବିଚାରାଧୀନ କଏଦୀ ଭାବେ ରଗଡିସ୍ଥିତ ଯାଜପୁର ରୋଡ୍ ଉପ କାରାଗାରର କ୍ୱାରେନଟାଇନ ହଲରେ ଥିଲେ ଶେଖ୍ ହନିଫ୍ l ଗତକାଲି ସନ୍ଧ୍ୟାରେ ଉପ କାରାଗାରର କ୍ୱାରେନଟାଇନ ହଲ ପାଇଖାନା ଭିତରେ ଥିବା ସ୍କାଏ ଲାଇଟରେ ନିଜେ ବ୍ୟବହୃତ କରୁଥିବା ଗାମୁଛା ଲଗାଇ କଏଦୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ l

ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ: ଜେଲ୍ ଭିତରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

କଏଦୀଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ହୋଇଥିବାବେଳେ ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ମିଳିଥିବାବେଳେ ତାଙ୍କୁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ଜେଲ କର୍ତ୍ତୃପକ୍ଷ କୋରେଇ ଥାନାରେ ଏତଲା ଦେଇଥିବାବେଳେ ଏତଲା ଆଧାରରେ କୋରେଇ ପୋଲିସ 9/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ସେପଟେ ବ୍ୟାସନଗରର ଅତିରିକ୍ତ ତହସିଲଦାର ବିକ୍ରମ ମଲ୍ଲିକ ଉପସ୍ଥିତ ରହି ମୃତ କଏଦୀଙ୍କ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details