ଯାଜପୁର: ଦୁଇ ଦିନିଆ ଯାଜପୁର ଗ୍ରସ୍ତରେ କେନ୍ଦ୍ରର କ୍ଷେତ୍ରୀୟ ଅନୁଧ୍ୟାନକାରୀ ଦଳ। ଗତ ରବିବାର ପଶ୍ଚିମବଙ୍ଗରୁ କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ରୀୟ ଅନୁଧ୍ୟାନକାରୀ ଦଳ ଯାଜପୁରର ବଡଚଣାସ୍ଥିତ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।
ଏହି ଦଳରେ କ୍ଷେତ୍ରୀୟ ଅଧ୍ୟକ୍ଷ ବୈଜ୍ଞାନିକ ଆର. କେ. ସାମନ୍ତ ଓ ଅନୁଧ୍ୟାନକାରୀ ଦଳର ବରିଷ୍ଠ ସଦସ୍ୟ ଏଫ୍.ଆର୍. ରେହେମାନ୍ ସହ ପ୍ରମୁଖ 5 ଜଣ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।
ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କୃଷି ବିଜ୍ଞାନ କେନ୍ଦ୍ରର ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା ।