ଓଡିଶା

odisha

ETV Bharat / state

Vande Bharat stranded: ଅଧାରେ ଅଟକିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ, ଭାଙ୍ଗିଲା କାଚ - ପୁରୀ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

ନୂଆ କରି ଯାତ୍ରା କରୁଥିବା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଅଟକାଇଲା କାଳବୈଶାଖୀ । ବହୁ ସମୟ ଧରି ଯାଜପୁର ନିକଟରେ ଅଟକି ରହିଛି ଟ୍ରେନ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 21, 2023, 7:36 PM IST

Updated : May 21, 2023, 8:16 PM IST

Vande Bharat stranded: ଅଧାରେ ଅଟକିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ, ଭାଙ୍ଗିଲା କାଚ

ଯାଜପୁର/ଭୁବନେଶ୍ବର: ଅଟକିଲା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଗତ କିଛି ଦିନ ତଳେ ଯାତାୟାତ ଆରମ୍ଭ କରିଥିବା ଏହି ଟ୍ରେନ କାଳବୈଶାଖୀ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୈତରଣୀ ରୋଡ ଷ୍ଟେସନ ନିକଟରେ ଅଟକିଛି । ହଠାତ କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା କାଚ ଭାଙ୍ଗି ଯାଇଛି । ଏହା ସହିତ ବିଦ୍ୟୁତ ତାର ମଧ୍ୟ ଟ୍ରେନ ଲାଇନ ଉପରେ ଝୁଲିକି ରହିଛି । ଫଳରେ ଅନେକ ସମୟ ଧରି ଟ୍ରେନଟି ବ୍ରିଜ ଉପରେ ଅଟକି ରହିଛି । ତେବେ ଡିଜେଲ ଇଞ୍ଜିନ ଦ୍ଵାରା ମଞ୍ଜୁରୀ ରୋଡ୍ ପର୍ଯ୍ୟନ୍ତ ଖୁବଶୀଘ୍ର ଟ୍ରେନକୁ ନିଆଯିବାର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନରେ ହଠାତ ଅଦିନିଆ ଘୂର୍ଣ୍ଣିଝଡ଼ ଯୋଗୁଁ କୋରେଇ ବ୍ଲକ ଦୁଲାଖାପାଟଣା ରେଳ ଷ୍ଟେସନ ନିକଟରେ ଅଟକିଛି ଟ୍ରେନ । ଏହି ସମୟରେ ବନ୍ଦେ ଭାରତ ଟ୍ରେନଟି ଦୁଲାଖାପାଟଣା ଓଭରବ୍ରିଜ ଦେଇ ଆସୁଥିଲା । ହେଲେ ହଠାତ୍‌ ବ୍ରିଜ ନିକଟରେ ଥିବା ଏକ ଗଛରୁ ଡାଳ ଭାଙ୍ଗି ଆସି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ବାଡେଇ ହେବାରୁ ଟ୍ରେନ ଅଟକିଥିଲା । ତେବେ ଟ୍ରେନର କିଛି କାଚ ଭାଙ୍ଗିଯାଇଛି । ଯାହାଫଳରେ ଟ୍ରେନ୍‌ଟି ଅନେକ ସମୟ ଧରି ବ୍ରିଜ ଉପରେ ଅଟକି ରହିଛି । ସେପଟେ ଯାନ୍ତ୍ରିକ ତ୍ରୁଟି ଖବର ପାଇ ରେଳ ବିଭାଗର ଟେକ୍ନିକାଲ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟାକୁ ଅନୁଧ୍ୟାନ କରୁଛନ୍ତି ।

ଏହା ବି ପଢନ୍ତୁ- ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅପରାହ୍ନ ପ୍ରାୟ 4.30 ସୁଦ୍ଧା ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ବୈତରଣୀ ରୋଡ ଓ ମଞ୍ଜୁରୀ ରୋଡ ନିକଟରେ ଅଟକି ରହିଥିଲା । ଏ ନେଇ ପୂର୍ବତଟ ରେଳପଥ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । କାଳବୈଶାଖୀ ଯୋଗୁଁ ଗଛର ଡାଳ ଭାଙ୍ଗିପଡ଼ିବା ପରେ କିଛି ବିଦ୍ୟୁତ ତାର ଛିଣ୍ଡି ଯାଇଛି । ଏଣୁ ବନ୍ଦେ ଭାରତ ଏକ୍ସପ୍ରେସ ଅଧା ବାଟରେ ଅଟକି ରହିଛି । ଏହାସହିତ ଟ୍ରେନ ଲାଇନରେ ଏକ ବଡ଼ ଡାଳ ମଧ୍ୟ ପଡ଼ି ରହିଛି । ତେବେ ସନ୍ଧ୍ୟା 7.30 ସୁଦ୍ଧା ଟ୍ରେନଟି ଚଳାଚଳ ଆରମ୍ଭ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଥିଲା ।

ଏକ ଡିଜେଲ ଇଞ୍ଜିନ ଦ୍ଵାରା ମଞ୍ଜୁରୀ ରୋଡ୍ ପର୍ଯ୍ୟନ୍ତ ଖୁବଶୀଘ୍ର ଟ୍ରେନକୁ ନିଆଯିବାର ବ୍ୟବସ୍ଥା କରାଯାଉଛି । ଏହାପରେ ପୁଣିଥରେ ସାଧାରଣ ଇଞ୍ଜିନ ସହିତ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଚାଲୁ କରାଯିବ। ଯାହା ଆହୁରି 1 ଘଣ୍ଟା ସମୟ ପରେ ଯାତ୍ରା ସ୍ବାଭାବିକ କରିବାକୁ ଉଦ୍ୟମ କରାଯାଉଛି । ସୂଚନା ଥାଉ କି ଗତ ୧୮ ତାରିଖରେ ରାଜ୍ୟରେ ବନ୍ଦେ ଭାରତର ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଥିଲା । ପୁରୀରୁ ସିଧାସଳଖ ଭାବରେ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଟ୍ରେନଟି ରାଜ୍ୟର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଗତି କରିବ।

ଏହି ଟ୍ରେନ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବା ସହ ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ। ଏହି ଟ୍ରେନ ପାଖାପାଖି ୫୦୦ କିମି ଦୂରତା ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବାର ସାମର୍ଥ୍ୟ ରହିଛି । ସାଧାରଣ ଟ୍ରେନ୍‌ ତୁଳନାରେ ଏହା ବେଶ ଆରାମଦାୟକ । ଏହି ଟ୍ରେନ୍‌ର ସବୁ କୋଚ୍ ଏସି ରହିଛି । ଟ୍ରେନ୍‌ରେ ଜିପିଏସ ଓ ଫାୟାର ସେନ୍ସର ଲଗାଯାଇଛି । ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଖାଦ୍ୟପାନୀୟ ପାଇଁ ଡିପ ଫ୍ରିଜର ରଖାଯାଇଛି । ଯାତ୍ରୀଙ୍କ ପାଖରେ ରହିଛି ମୋବାଇଲ୍ ଚାର୍ଜିଂ ପଏଂଟ । ଲଗେଜ୍ ରଖିବା ପାଇଁ ମଡ୍ୟୁଲାର ରାକ୍‌ ମଧ୍ୟ କରାଯାଇଛି ।

ଇଟିଭି ଭାରତ, ଯାଜପୁର/ଭୁବନେଶ୍ବର

Last Updated : May 21, 2023, 8:16 PM IST

ABOUT THE AUTHOR

...view details