ଓଡିଶା

odisha

By

Published : Nov 30, 2020, 9:17 PM IST

ETV Bharat / state

ଆଦିବାସୀଙ୍କ ସୁରକ୍ଷା ପାଇଁ ଚରଣବଦ୍ଧ ଆନ୍ଦୋଳନ

ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଆନ୍ଦୋଳନ । ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ନେତୃତ୍ବରେ ଦେଶବ୍ୟାପି ଚରଣବଦ୍ଧ ଆନ୍ଦୋଳନ ଜାରି । ଅଧିକ ପଢନ୍ତୁ...

protest for tribal people in jajpur
ଆଦିବାସୀଙ୍କ ସୁରକ୍ଷା ପାଇଁ ଚରଣବଦ୍ଧ ଆନ୍ଦୋଳନ

ଯାଜପୁର:ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଆନ୍ଦୋଳନ । ଦେଶର ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ନେତୃତ୍ବରେ ଦେଶବ୍ୟାପି ଚରଣ ବଦ୍ଧ ଆନ୍ଦୋଳନ ଜାରି ରହିଛି । ଆଜି ଏହାର 3ୟ ଚରଣ ଆନ୍ଦୋଳନରେ ଯାଜପୁର ବ୍ୟାସନଗର ଠାରେ ଏକ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ସାମିଲ ହୋଇଥିଲେ । ଶୋଭାଯାତ୍ରାରେ ଆସି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ଶାଣିତ କରିବା ପାଇଁ ଆଦିବାସୀ ନେତାମାନେ ମନ୍ତବ୍ୟ ଦେଇଥିଲେ ।

ଆଦିବାସୀଙ୍କ ସୁରକ୍ଷା ପାଇଁ ଚରଣବଦ୍ଧ ଆନ୍ଦୋଳନ

ମୁଖ୍ୟତଃ ଯାଜପୁର ଜିଲ୍ଲାରେ କଳିଙ୍ଗନଗର ଶିଳ୍ପସଂସ୍ଥା ଗୁଡିକରେ ଜମିହରା ଓ ବିସ୍ଥାପିତ ଆଦିବାସୀ ମାନଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା କ୍ଷେତ୍ରରେ ଉପେକ୍ଷିତ କରାଯାଉଥିବା ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଥିଲେ । ସେହିଭଳି ସେମାନଙ୍କୁ ଜଳ, ଜମି ଓ ଜଙ୍ଗଲ ଆଦି ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଆଧିବାସୀ ମାନଙ୍କ ପ୍ରତି ଏଭଳି ଅନ୍ୟାୟ ଅତ୍ୟାଚାର ଜାରି ରହିଲେ ଦେଶବ୍ୟାପି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆଦିବାସୀ ଏକତା ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details