ଯାଜପୁର:ଜିଲ୍ଲାର କଳିଙ୍ଗନଗର ସ୍ଥିତ ନୀଳଚଳ ଇସ୍ପାତ କାରଖାନା ଶେଷରେ ଘରୋଇ ଶିଳ୍ପ କମ୍ପାନୀକୁ ବିକ୍ରି ହୋଇଛି । ଏହି କମ୍ପାନୀକୁ ଏବେ ୧୨ ହଜାର ଏକ ଶହ କୋଟି ଟଙ୍କାରେ କିଣିନେଇଛି ଟାଟାଷ୍ଟିଲ୍ । କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ୍ତ ଶିଳ୍ପଦ୍ୟୋଗ ଭାବରେ ଦୀର୍ଘଦିନ ଧରି ଯୌଥ ଉଦ୍ୟୋଗରେ ଏହାର ପରିଚାଳନା କରାଯାଉଥିଲା ।
ଏହାର ବିକ୍ରିକୁ ନେଇ ଡକାଯାଇଥିବା ବିଡ୍ରେ ଟାଟାଷ୍ଟିଲ୍ର ଡାକ ଅଧିକ ରହିଥିଲା । ତେବେ ନୀଳାଚଳ ଇସ୍ପାତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ କମ୍ପାନୀରେ ଅଂଶଧନ ରହିଥିଲା । ବିକ୍ରି ପ୍ରସ୍ତାବକୁ ଆଜି ସରକାର ଅନୁମୋଦନ ଦେଇଥିବା ଜଣାପଡ଼ିଛି । ଏନେଇ DIPM ସଚିବ ଟ୍ବିଟ କରି ସୂଚନା ଦେଇଛନ୍ତି ।