ଯାଜପୁର: କୋରୋନାର କୋପରେ ଅନେକଙ୍କ ଜୀବନର ଗତିପଥକୁ ବଦଳାଇ ଦେଉଛି । ବ୍ୟକ୍ତିଗତ, ସାମାଜିକ ଜୀବନ ସହିତ ବୃତ୍ତିଗତ ଜୀବନ ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି । ଆଉ ସେମତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁରରେ ।
କୋରୋନା ମାଡ: ପ୍ରାଇଭେଟ କମ୍ପାନୀ ଚାକିରିଆ ଏବେ ଶୁଖୁଆ ବେପାରୀ - କୋରୋନା ମାଡ
ଦିଲ୍ଲୀର ଏକ ପ୍ରତିଷ୍ଠିତ ଘରୋଇ କମ୍ପାନୀରେ ଚାକିରୀ କରି ମୋଟା ଅଙ୍କର ଦରମା ପାଉଥିବା ଜଣେ କର୍ମଚାରୀଙ୍କୁ ଶୁଖୁଆ ବ୍ୟବସାୟୀ ସଜାଇ ଦେଇଛି ଏହି ମହାମାରୀ । ଅଧିକ ପଢନ୍ତୁ...
![କୋରୋନା ମାଡ: ପ୍ରାଇଭେଟ କମ୍ପାନୀ ଚାକିରିଆ ଏବେ ଶୁଖୁଆ ବେପାରୀ କୋରୋନା ମାଡ: ପ୍ରାଇଭେଟ୍ କମ୍ପାନୀ ଚାକିରିଆ ଏବେ ଶୁଖୁଆ ବେପାରୀ](https://etvbharatimages.akamaized.net/etvbharat/prod-images/768-512-8196290-716-8196290-1595866322342.jpg)
କୋରୋନା ମାଡ: ପ୍ରାଇଭେଟ୍ କମ୍ପାନୀ ଚାକିରିଆ ଏବେ ଶୁଖୁଆ ବେପାରୀ
କୋରୋନା ମାଡ: ପ୍ରାଇଭେଟ୍ କମ୍ପାନୀ ଚାକିରିଆ ଏବେ ଶୁଖୁଆ ବେପାରୀ
ଦିଲ୍ଲୀର ଏକ ପ୍ରତିଷ୍ଠିତ ଘରୋଇ କମ୍ପାନୀରେ ଚାକିରୀ କରି ମୋଟା ଅଙ୍କର ଦରମା ପାଉଥିବା ଜଣେ କର୍ମଚାରୀଙ୍କୁ ଶୁଖୁଆ ବ୍ୟବସାୟୀ ସଜାଇ ଦେଇଛି ଏହି ମହାମାରୀ । ଯାଜପୁର ଦଶରଥପୁର ବ୍ଲକ ବରପଦା ଗାଁର ନିରଞ୍ଜନ ବେହେରା । କୋରୋନା କଟକଣା ପାଇଁ ନିଜ ଗାଁକୁ ଆସିଥିବା ବେଳେ ଆଉ ସେ ଯାଇପାରୁନାହାଁନ୍ତି । ପରିବାର ଚଳାଇବା ପାଇଁ ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଘରକୁ ଘର ବୁଲି ଶୁଖୁଆ ବିକିବାକୁ ବାଧ୍ୟ ହୋଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ