ଯାଜପୁର:ଯାଜପୁର ସବ ଜେଲରେ ବିଚାରାଧୀନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ମୃତଦେହ ବ୍ୟବଚ୍ଛେଦ ପରେ ପାଟରଙ୍ଗା ଗାଁରେ ପହଞ୍ଚିଲା ମର ଶରୀର। ସୂଚନା ମୁତାବକ ଗତକାଲି ଯାଜପୁର ସବ ଜେଲରେ କୋରେଇ ଥାନା ପାଟରଙ୍ଗା ଗାଁର ବିଚାରାଧୀନ କଏଦୀ ସୁମତ ପାତ୍ରର ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଜେଲ କତ୍ତୃପକ୍ଷ ଆଣିଥିଲେ। ସେଠାରେ ସୁମତ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ନେଇଥିଲେ, ସେଠାରେ ଆଜି ସକାଳୁ ମୃତ୍ୟୁବରଣ କରିଥିଲା ସୁମତ ପାତ୍ର।
ଯାଜପୁର ସବଜେଲରେ ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଯାଜପୁର ସବ ଜେଲରେ ବିଚାରାଧୀନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ମୃତଦେହ ବ୍ୟବଚ୍ଛେଦ ପରେ ପାଟରଙ୍ଗା ଗାଁରେ ପହଞ୍ଚିଲା ମର ଶରୀର। ଅଧିକ ପଢନ୍ତୁ...
ଯାଜପୁର ସବଜେଲରେ ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ
ତେବେ ସୁମତର ମୃତଦେହକୁ ବ୍ୟବଚ୍ଛେଦ ପରେ ତାଙ୍କ ଗାଁ ପାଟରଙ୍ଗାରେ ମର ଶରୀର ପହଞ୍ଚିଛି । ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ମୁତାବକ ପାଟରଙ୍ଗା ଗାଁର ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ସୁମତ ପାତ୍ର ସେହି ଗାଁର ଜନୈକ ନାବାଳିକା ଝିଅକୁ ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଉଠାଇ ନେଇଥିଲା ଝିଅ ଘର ପକ୍ଷରୁ କୋରେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ସୁମତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଆଜକୁ ୩ମାସରୁ ଊର୍ଦ୍ଧ୍ବ ହେବ ଯାଜପୁର ସବ ଜେଲରେ ବିଚାରାଧୀନ କଏଦୀ ଥିଲା।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ