ଓଡିଶା

odisha

ETV Bharat / state

ମା' ବିରଜାଙ୍କ ପୀଠରେ ମହାମାରୀ କୋପ; ପୂଜକଙ୍କ ବଢିଛି ଦୁଃଖ - ପୂଜକଙ୍କ ବଢିଛି ଦୁଃଖ

ଲକଡାଉନରେ ମା' ବିରଜା ପୀଠ । ଭକ୍ତ ଓ ମା'ଙ୍କ ମଝିରେ ପାଚେରୀ ହୋଇ ଛିଡା ହୋଇଛି କୋରୋନା । ଯାହାର ସିଧାସଳଖ ପ୍ରଭାବ ମନ୍ଦିରର ପୂଜକଙ୍କ ଉପରେ ପଡିଛି । ଅଧିକ ପଢନ୍ତୁ...

ବିରଜାଙ୍କ ପୀଠରେ ମହାମାରୀ କୋପ; ପୂଜକଙ୍କ ବଢିଛି ଦୁଃଖ
ବିରଜାଙ୍କ ପୀଠରେ ମହାମାରୀ କୋପ; ପୂଜକଙ୍କ ବଢିଛି ଦୁଃଖ

By

Published : May 21, 2020, 1:06 PM IST

ଯାଜପୁର: ଲକଡାଉନରେ ମନ୍ଦିର ଓ ପର୍ଯ୍ୟଟନୀ ସ୍ଥଳୀ । ଏହାର ସିଧାସଳଖ ପ୍ରଭାବ ପଡିଛି ସେବାୟତଙ୍କ ଉପରେ । ମନ୍ଦିର ଗୁଡିକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅନୁମତି ନଥିବାରୁ ମନ୍ଦିର ବାହାରୁ ମାଁ ଙ୍କୁ ମୁଣ୍ଡିଆ ଫେରି ଯାଉଛନ୍ତି । ଫଳରେ ବେରୋଜଗାର ସମ୍ମୁଖୀନ ହେଉଛନ୍ତି ମନ୍ଦିରର ପୂଜକ । ସପ୍ତାହ ନୁହେଁ କି 2 ସପ୍ତାହ ଦୀର୍ଘ 2 ମାସ ହେବ ବନ୍ଦ ପଡିଛି ମନ୍ଦିର । ଯାଜପୁରର ଅଧିଷ୍ଠାତ୍ରୀ ମା' ବିରଜା ପୀଠ ମଧ୍ୟରୁ ଏଥିରୁ ବାଦ ପଡିନି ।

ଆଜି ଖାଁ ଖାଁ ହୋଇପଡିଛି ମା ବିରଜାଙ୍କ ପୀଠ । ଯେଉଁଠି ଦିନେ ଭକ୍ତ ଓ ପର୍ଯ୍ୟଟକଙ୍କ ଗହଳିରେ ଫାଟିପଡେ ସେଠି ଆଜି ନିରବତା ରାଜ କରୁଛି । ଶୂନଶାନ ରାସ୍ତା ଘାଟ, ନିରବ, ନିସ୍ତବ୍ଧ ପରିବେଶ । ସେପଟେ ଯାଜପୁର ରାଜ୍ୟରେ କୋରୋନା ହଟସ୍ପଟ ହୋଇଥିବାର 144 ଧାରା ଲାଗୁ । ଏମିତି ତ ଲୋକେ ଘରୁ ବାହାରୁ ନାହାଁନ୍ତି ସେପଟେ, ମା ଦର୍ଶନ ପାଇଁ ଆସିଲେ ବି ମନ୍ଦିରକୁ ଅନୁମତି ନାହିଁ । ଫଳରେ ମନ୍ଦିର ସମ୍ମୁଖୀରୁ ମୁଣ୍ଡିଆ ଭକ୍ତ ଓ ଶ୍ରଦ୍ଧାଳୁ ଫେରିଯାଉଛନ୍ତି ।

ମା' ବିରଜାଙ୍କ ପୀଠରେ ମହାମାରୀ କୋପ; ପୂଜକଙ୍କ ବଢିଛି ଦୁଃଖ

ସେପଟେ କିନ୍ତୁ ମନ୍ଦିରର ନୀତିକାର୍ଯ୍ୟ ପୂର୍ବ ପରି ଜାରି ରହିଛି । ହେଲେ ଭକ୍ତଙ୍କ ଦକ୍ଷିଣା ଓ ଦାନରେ ଚଳୁଥିବା ସେବାୟତଙ୍କ ହାତ ଏବେ ଖାଲି ହୋଇଯାଇଛି । ବିରଜା ପୀଠରେ 80ଟି ସେବାୟତ ପରିବାର ଏବେ ଗୁଜୁରାଣ ପାଇଁ ନାନା ସମସ୍ୟାରେ ଯୁଝି ହେଉଛନ୍ତି ।

ବିରାଜ କ୍ଷେତ୍ର କେବଳ ମାଙ୍କ ପୀଠ ନୁହେଁ, ଏହା ଯାଜପୁର ଏକ ପର୍ଯ୍ୟଟନ ସ୍ଥଳୀ । ମନ୍ଦିର ଚାରିପାଖେ ଗଢି ଉଠିଥିଲା ଶହ ଶହ ଦୋକାନ ବଜାର । ତା ଉପରେ ବି କୋରୋନା ମାଡ । ଦୀର୍ଘ 2 ମାସ ହେବ ଏପରି ବନ୍ଦ ପଡିଛି ବେପାର ବଣିଜ । ସେହିପରି ଭକ୍ତ ଟିଏ ଆସିଲେ ମାର ମନ ଲାଖି ଜାତିଜାତିକା ଫୁଲ କିଣିନିଏ । ଭକ୍ତଙ୍କ ଆସିବା ବନ୍ଦ ହୋଇଯିବାରୁ ଫୁଲ ବ୍ୟବସାୟ କରି ପେଟ ପୋଷୁଥିବା ପରିବାର ଏବେ ଦୁର୍ଦ୍ଦିନରେ । ଗତ ଦୁଇ ମାସ ଧରି ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଆଗକୁ ଆସୁଛି ସାବିତ୍ରୀ ବ୍ରତ। ଏହା ପୂର୍ବରୁ ଲକଡାଉନ ହଟିବ ଓ ଭକ୍ତ ଏବଂ ଭଗବାନ ମଧ୍ୟରେ ଦୂରତା ଦୂର ହେବ ବୋଲି ଆଶା ବାନ୍ଧୀଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details