ଓଡିଶା

odisha

ETV Bharat / state

ବକେୟା ଦେୟ ନଦେଲେ ଅନ୍ଧାର ହେବ ଘର, ଗଠନ ହେଲା ସ୍କ୍ବାର୍ଡ

ଯାଜପୁରରେ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ବକେୟା ପଡିଛି କୋଟି କୋଟି ଟଙ୍କା । ବେକୟା ଦେୟ ଆଦାୟ ନେଇ ନେସ୍କୋର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ବିଦ୍ୟୁତ ଦେୟ ନଦେଲେ ଅନ୍ଧାର ହେବ ଘର, ଗଠନ ହେଲା ସ୍କ୍ବାର୍ଡ
ବିଦ୍ୟୁତ ଦେୟ ନଦେଲେ ଅନ୍ଧାର ହେବ ଘର, ଗଠନ ହେଲା ସ୍କ୍ବାର୍ଡ

By

Published : Mar 3, 2021, 4:53 PM IST

ଯାଜପୁର: ସାଧାରଣ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି ଶିଳ୍ପାନୁଷ୍ଠାନ ଉପରେ ବାକି ପଡିଛି କୋଟି କୋଟି ଟଙ୍କା । ସେମାନଙ୍କ ଠାରୁ ବକେୟା ଦେୟ ଆଦାୟ କରିବାକୁ ତତ୍ପର ହୋଇ ଉଠିଛନ୍ତି ନେସ୍କୋ କର୍ତ୍ତୃପକ୍ଷ । ନେସ୍କୋ ଅଧିନରେ ଥିବା ଯାଜପୁର ରୋଡ୍ ଗ୍ରୀଡ୍ ପ୍ରାୟ 10ଟି ବ୍ଲକକୁ ନିୟନ୍ତ୍ରଣ କରୁଥିବାବେଳେ ଏସବୁ ଅଞ୍ଚଳର ବହୁ ସଂଖ୍ୟକ ଉପଭୋକ୍ତା ଓ ସଂସ୍ଥା ବର୍ଷ ବର୍ଷ ଧରି ବିଦ୍ୟୁତ୍ ଦେୟ ପଇଠ ନକରି ବାକି ରଖିଛନ୍ତି । ଏବେ ମାର୍ଚ୍ଚ ମାସ ଚାଲିଥିବାରୁ ବିଦ୍ୟୁତ୍ ବିଭାଗ ଦେୟ ଆଦାୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି ।

ବିଦ୍ୟୁତ ଦେୟ ନଦେଲେ ଅନ୍ଧାର ହେବ ଘର, ଗଠନ ହେଲା ସ୍କ୍ବାର୍ଡ

ଯେଉଁ ଉପଭୋକ୍ତାଙ୍କ ଉପରେ ଅଧିକ ଅର୍ଥ ବାକି ପଡିଛି, ସେମାନଙ୍କୁ ନୋଟିସ କରି ବିଦ୍ୟୁତ ସେବା ବିଚ୍ଛିନ୍ନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ନେସ୍କୋ ପକ୍ଷରୁ ପୋଲିସ ପ୍ରଶାସନ ସହଯୋଗର କାମନା କରାଯାଇଛି । ତେବେ ଏନେଇ ଲୋକମାନଙ୍କୁ ଅଧିକ ସଚେତନ କରିବା ଉଦ୍ଦେଶ୍ୟରେ ନିରୀକ୍ଷଣ ଯନ୍ତ୍ରୀଙ୍କ ତତ୍ତ୍ବାବନଧାନରେ ବୁଧବାର ଗ୍ରୀଡ୍ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଛି । ଏଥିରେ ନିର୍ବାହୀ ଯନ୍ତ୍ରୀ ଓ ଅର୍ଥନୈତିକ ପରିଚାଳକ ପ୍ରମୁଖ୍ୟ ଉପସ୍ଥିତ ହୋଇଛନ୍ତି ।

ବକେୟା ବିଦ୍ୟୁତ ଦେୟ ଆଦାୟ ପାଇଁ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ 40ଟି ସ୍କ୍ବାର୍ଡ ଗଠନ କରାଯାଇଥିବା ଜଣାପଡିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ରହି ଉପଭୋକ୍ତାମାନଙ୍କ ସହଯୋଗ କାମନା କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details