ଯାଜପୁର: ବିଜେପିର ସାମ୍ବାଦିକ ସମ୍ମିଳନୀ । ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ସଫଳ 8 ବର୍ଷ ପୂର୍ତ୍ତି ନେଇ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ସଭାପତି ଗୌତମ ରାୟଙ୍କ ସହ ବଡ଼ଚଣା ବିଜେପି ନେତା ଅମର ନାୟକ ଓ ଧର୍ମଶାଳା ବିଜେପି ନେତା ସର୍ବେଶ୍ବର ବେହୁରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ମୋଦି ସରକାରଙ୍କ 8 ବର୍ଷ ପୂର୍ତ୍ତି ଉପଲକ୍ଷେ ଯାଜପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ - ଯାଜପୁର ବିଜେପି
ମୋଦି ସରକାରଙ୍କ 8 ବର୍ଷ ପୂର୍ତ୍ତି ଉପଲକ୍ଷେ ଯାଜପୁର ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଜିଲ୍ଲା ବିଜେପି ସଭାପତି ଗୌତମ ରାୟ କେନ୍ଦ୍ର ସରକାରଙ୍କର 8 ବର୍ଷର ସଫଳତା ବଖାଣିଲେ । ବଡ଼ଚଣା ବିଜେପି ନେତା ଅମର ନାୟକ ଓ ଧର୍ମଶାଳା ବିଜେପି ନେତା ସର୍ବେଶ୍ବର ବେହୁରା ପ୍ରମୁଖ ଥିଲେ ଉପସ୍ଥିତ । ଅଧିକ ପଢ଼ନ୍ତୁ
ମୋଦୀ ସରକାରଙ୍କ 8 ବର୍ଷ ପୂର୍ତ୍ତି ଉପଲକ୍ଷେ ଯାଜପୁର ବିଜେପିର ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ସୂଚନା ଦେଇ ଦେଶର ଗରିବ ହିତାଧିକାରୀଙ୍କୁ ରାସନ ଠାରୁ ଆରମ୍ଭ କରି ଉଜ୍ବଳା ଗ୍ୟାସ, ପ୍ରଧାନମନ୍ତ୍ରୀ ଆବାସ ଭଳି ଅନେକ ଯୋଜନା ଜିଲ୍ଲାବାସୀଙ୍କୁ ପ୍ରଧାନମନ୍ତ୍ରୀ ଭେଟି ଦେଇଛନ୍ତି ବୋଲି ଗୌତମ ରାୟ କହିଥିଲେ । ଯାଜପୁର ଜିଲ୍ଲା ପାଇଁ ମେଡ଼ିକାଲ କଲେଜ ଭଳି ମେଗା ପ୍ରକଳ୍ପ ମୋଦି ସରକାରଙ୍କ ସମୟରେ ସମ୍ଭବ ହୋଇପାରିଛି ବୋଲି ସେ ସୂଚନା ଦେଇଥିଲେ ।
ଇଟିଭି ଭାରତ, ଯାଜପୁର