ଓଡିଶା

odisha

By

Published : Aug 9, 2020, 8:44 PM IST

ETV Bharat / state

ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା, ଜିଲ୍ଲପାଳ କଲେ ସମ୍ବର୍ଦ୍ଧିତ

କ୍ରାନ୍ତି ଦିବସ ଅବସରରେ ଯାଜପୁର ଜିଲ୍ଲାରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନୀଳମଣି ସାମଲଙ୍କୁ ରାଷ୍ଟ୍ରପତି ସବର୍ଦ୍ଧିତ କରିଛନ୍ତି । ଯାଜପୁର ଜିଲ୍ଲାପାଳ ଖୋଦ ବଡ଼ଚଣା ବ୍ଲକ ବାଲିପଡିଆ ସଂଗ୍ରାମୀଙ୍କ ଘରକୁ ଯାଇ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନାକୁ ସବର୍ଦ୍ଧିତ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା
ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା

ଯାଜପୁର: ଅଗଷ୍ଟ 8 ତାରିଖକୁ କ୍ରାନ୍ତି ଦିବସ ଭାବେ ପାଳନ କରିଛନ୍ତି ରାଜ୍ୟବାସୀ । ଆଜି କ୍ରାନ୍ତି ଦିବସ ଅବସରରେ ଯାଜପୁର ଜିଲ୍ଲାରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନୀଳମଣି ସାମଲଙ୍କୁ ରାଷ୍ଟ୍ରପତି ସବର୍ଦ୍ଧନା । କୋରୋନା କଟକଣା ଯୋଗୁଁ ରାଷ୍ଟ୍ରପତିଙ୍କ ଭବନକୁ ନଯାଇ, ଯାଜପୁର ଜିଲ୍ଲପାଳ ରଞ୍ଜନ କୁମାର ଦାସଙ୍କଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ସଂଗ୍ରାମୀ ।

ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା

ଯାଜପୁର ଜିଲ୍ଲାପାଳ ଖୋଦ ବଡ଼ଚଣା ବ୍ଲକ ବାଲିପଡିଆ ସଂଗ୍ରାମୀଙ୍କ ଘରକୁ ଯାଇ ସବର୍ଦ୍ଧିତ କରିଛନ୍ତି । ଯାଜପୁର ଜିଲ୍ଲପାଳ ପ୍ରଥମେ ବୀର ସଂଗ୍ରାମୀ ଓ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନୀଳମଣିଙ୍କୁ ରାଷ୍ଟପତିଙ୍କ ଭବନରୁ ଆସିଥିବା ସମ୍ବର୍ଦ୍ଧନାକୁ ଜିଲ୍ଲପାଳ ସଂଗ୍ରାମୀଙ୍କୁ ପ୍ରଦାନ କରିଥିଲେ ।

ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା

ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ବାଜି ଲଗାଇ ଯେଉଁ ବୀର ସଂଗ୍ରାମୀମାନେ ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ, ସେହି ବୀର ସଂଗ୍ରାମୀଙ୍କ ମଧ୍ୟରୁ ନୀଳମଣି ସାମଲ ଅନ୍ୟତମ । ସମ୍ବର୍ଦ୍ଧନା ପାଇବା ପରେ ନୀଳମଣି ବେସ ଉତ୍ସାହିତ ହେବା ସହ ଦେଶ ପାଇଁ ଆଗାମୀ ଦିନରେ ଆହୁରି କିଛି କରିବାର ଆଶା ରଖିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲପାଳଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details