ଯାଜପୁର:ବନ୍ୟା ବାତ୍ୟା ପ୍ରଭାବିତ ଜିଲ୍ଲା ଯାଜପୁର । ଯେଉଁଥିପାଇଁ ବର୍ଷା ଦିନ ପୂର୍ବରୁ ଯାଜପୁର ଜିଲ୍ଲାପାଳ ରଞ୍ଜନକୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ଆଗୁଆ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାରେ କୋରୋନା ସଂକ୍ରମଣକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିଥିବା ବେଳେ କୋରୋନା ମୁକାବିଲା ସହିତ ଆଗାମୀ ଦିନରେ କିପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରାଯାଇ ପାରିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସମେତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ଲାଇଂ ଡିପାର୍ଟମେଣ୍ଟର ଅଧିକାରୀ ମାନେ ସାମିଲ ଥିଲେ । ବିଭିନ୍ନ ନଦୀକୂଳ ଅଞ୍ଚଳରେ ବିନା ପଞ୍ଜିକରଣରେ ଡଙ୍ଗା ଚାଲିପାରିବ ନାହିଁ ବୋଲି ବୈଠକରେ ଜିଲ୍ଲାପାଳ ସମ୍ପୃକ୍ତ ଅଞ୍ଚଳର ବିଡିଓ, ତହସିଲଦାର ଓ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।